fbpx

କାର୍ ନଦୀରେ ଖସି ଚାଲିଗଲା ୨ ଡାକ୍ତରଙ୍କ ଜୀବନ, ଗୁଗଲ ମ୍ୟାପ୍ ଦେଖି ଚଲାଉଥିଲେ କାର୍‌

କୋଚି: କେରଳର କୋଚିରେ ପେରିୟାର ନଦୀରେ ଏକ କାର୍ ଖସିପଡି ୨ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଲୋକ ଗୁରୁତର ହୋଇଛନ୍ତି ଯେଉଁମାନଙ୍କୁ ନଦୀରୁ ସୁରକ୍ଷିତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କାର୍ ଡ୍ରାଇଭର ଗୁଗଲ ମ୍ୟାପର ଉପଯୋଗରେ ରୋଡ୍ ସର୍ଚ୍ଚ କରି ଗାଡି ଚଳାଉଥିଲେ । ଏହି ସମୟରେ ଭୀଷଣ ବର୍ଷା ହେଉଥିବାରୁ ଓ ରାସ୍ତା ଅନ୍ଧକାର ଦେଖାଯାଉଥିବାରୁ କାର୍ ନଦୀରେ ଖସି ପଡିଥିଲା । ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ୧୨ଘ ୩୦ ମି.ରେ ହୋଇଥିଲା । ଏହି ସମୟରେ କାର୍‌ରେ ୫ ଜଣ ଯାତ୍ରୀ କୋଡୁଙ୍ଗଲୁର ଫେରୁଥିଲେ । କୋଚିର ଏକ ଘରୋଇ ହସ୍ପିଟାଲର କାର୍ଯ୍ୟରତ ୨ ଜଣ ଯୁବ ଡାକ୍ତର ଅଦୈତ ଓ ଅଜମଲ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ । ପୋଲିସ ଘଟଣା ସଂକର୍ପରେ କହିଛି ବର୍ଷା କାରଣରୁ ରାସ୍ତା ଦେଖାଯାଉ ନ ଥିବାରୁ ସେମାନେ ଗୁଗଲ ମ୍ୟାପର ସହାୟତା ନେଇ କାର୍ ଚଳାଉଥିଲେ । ଗୁଗଲ ମ୍ୟାପରେ ଭୁଲ୍ ରାସ୍ତା ଦର୍ଶାଯିବା ଏହି ଦୁର୍ଘାଟଣା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.