ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖିବା ସହିତ ଦେଶ ପାଇଁ ପଦକ ପରେ ପଦକ ଜିତୁଛନ୍ତି । ତେବେ ଏହା ମଧ୍ୟରେ ଦଶମ ଦିନରେ ଭାରତ ପୁଣି ବକ୍ସିଂରେ ଏକ ପଦକ ସୁନିଶ୍ଚିତ କରିଛି । ଭାରତୀୟ ବକ୍ସର ଲଭଲୀନା ବୋର୍ଗୋହେନ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି ।
ମହିଳା ୭୫ କିଗ୍ରା ବର୍ଗରେ ଲଭଲୀନା ଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ପୁଣି ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ଚତୁର୍ଥ ଭାରତୀୟ ବକ୍ସର ଭାବେ ହ୍ୱାଙ୍ଗଝୁରେ ଲଭଲୀନା ଅଲିମ୍ପିକ୍ସ କୋଟା ସୁରକ୍ଷିତ କରିଛନ୍ତି । ଅଲିମ୍ପିକ୍ସ ପଦକଧାରୀ ଓ ବିଶ୍ୱ ଚାମ୍ପିୟନ ଲଭଲୀନା ପ୍ରତିପକ୍ଷ ଥାଇଲାଣ୍ଡର ବାଇସୋନ ମାନେକୋନଙ୍କୁ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ପରାସ୍ତ କରିଥିଲେ ।
ଏସୀୟ କ୍ରୀଡ଼ା ହେଉଛି ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ କ୍ୱାଲିଫାୟର ଇଭେଣ୍ଟ । ପୁରୁଷ ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ବିଜେତା ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେହିପରି ମହିଳା ବିଭାଗରେ ୬୬ କିଗ୍ରା ଓ ୭୫ କିଗ୍ରାକୁ ଛାଡ଼ି ଅନ୍ୟ ସମସ୍ତ ବର୍ଗରେ ୪ଟି କୋଟା ରହିଛି । ବର୍ତ୍ତମାନ ସୁଦ୍ଧା ନିଖାତ ଜରିନ, ପ୍ରୀତି ପାୱାର, ପରବୀନ ହୁଦା ଓ ଲଭଲୀନା ବୋର୍ଗୋହେନ ଆଦି ବକ୍ସରମାନେ ଚଳିତ ଏସୀୟ କ୍ରୀଡ଼ାରୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପାଇଁ କୋଟା ସୁରକ୍ଷିତ କରିପାରିଛନ୍ତି ।
🥊 BOXING
Current World Champion, Lovlina Borgohain (75kg) stormed into the FINAL at the Asian Games 2022!👏🇮🇳⚡️
With this win, she confirmed her 2024 Paris Olympics quota!🗼
Go for the Gold, champ!🏅#AsianGames2022 #AsianGames #SKIndianSports #Boxing pic.twitter.com/CTHksJZfF1
— Sportskeeda (@Sportskeeda) October 3, 2023