fbpx

ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୧୧୦ କେଜିର ଏକ ବିଶାଳକାୟ ମାଛ: ୨୫ ହଜାର ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ନଦୀ, ନାଳ ଓ ସମୁଦ୍ରର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହି ସୁଯୋଗରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ତେବେ ଏହା ମଧ୍ୟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ମାଛ ପଡ଼ିଛି । ଶେଷରେ ଉକ୍ତ ମାଛଟିକୁ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ସେହି ବିଶାଳକାୟ ମାଛକୁ ବିକ୍ରି କରାଯାଇଛି । ଉକ୍ତ ମାଛକୁ ଭୋଲା ମାଛ କୁହାଯାଉଥିବା ବେଳେ ତା’ର ଓଜନ ୧୧୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଓଡ଼ିଶାର ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଟ୍ରଲର ସାହାଯ୍ୟରେ ମାଛ ମାରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ଏହି ଭୋଲା ମାଛ ପଡ଼ିଥିଲା ।

ତେବେ ପରବର୍ତ୍ତୀ ସମୟରେ ମତ୍ସ୍ୟଜୀବୀମାନେ ଉକ୍ତ ମାଛଟିକୁ ୨୫ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି । କୋଲକତାର ବିବିସି ନାମକ ଏକ କମ୍ପାନୀ ଉକ୍ତ ମାଛଟିକୁ ୨୫ ହଜାର ଟଙ୍କାରେ କିଣିଥିଲା । ଉକ୍ତ ମାଛକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା । ପରେ ମାଛଟିକୁ ବିକ୍ରି ପାଇଁ ନିଲାମ ଡକାଯାଇଥିଲା । ତେବେ ବିଭିନ୍ନ ଜଟିଳ ରୋଗର ଔଷଧ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି ପାଇଁ ଉକ୍ତ ମାଛର ଆବଶ୍ୟକତା ରହିଥିବା କୁହାଯାଉଛି ।

Get real time updates directly on you device, subscribe now.