ପୁଣି ଏକ ଟ୍ରେନ ଦୁର୍ଘଟଣା : ଟ୍ରାକ ନିକଟରେ ଧସିଲା ମାଟି

ବାଲେଶ୍ୱର : କିଛି ମାସ ପୂର୍ବେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାକୁ ଏବେ ପର୍ଯ୍ୟନ୍ତ ଲୋକେ ଭୁଲି ପାରୁ ନାହାନ୍ତି । ବାହାନଗା ଘଟଣାର କଥା ଶୁଣିବା ମାତ୍ର ଲୋକଙ୍କ ରୁମ ଟାଙ୍କୁରି ଉଠୁଛି । ସେହିଭଳି ଆଜି ସକାଳେ ରେଳ ଟ୍ରାକ ନିକଟରେ ମାଟି ଅତଡ଼ା ଧସିଛି । ଦଳଦିପଦା ଓ ନିଧିପଣ୍ଡାର ମଧ୍ୟବର୍ତ୍ତୀ ଟ୍ରାକ ନିକଟରେ ଘଟିଛି ଅଘଟଣା । ଏନେଇ ଡାଉନ ଲାଇନର ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ଭାଗ୍ୟବସତଃମାଟି ଧସିବା ସମୟରେ ଅପ ଲାଇନରେ ୧୦ କି.ମି ବେଗରେ ଟ୍ରେନଟି ଗତି କରୁଥିଲେ ।