fbpx

(Video)ସାହାଯ୍ୟ କରିବାକୁ ଯାଇ ବିପଦରେ ପଡିଲେ ବ୍ୟକ୍ତି, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମ ଯାହାକୁ ଖୋଲିଲା ପରେ ମନୋରଞ୍ଜନର ସୁରାକ ମିଳିଥାଏ । ପ୍ରତିଦିନ ଏଥିରେ କିଛି ଏପରି ଭିଡିଓ ଥିବ ଯାହାକୁ ଦେଖିଲା ପରେ ଲୋକମାନଙ୍କ ଟେନସନ ଦୂର କରିଦେବ । ଏଠାରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲା ପରେ ଆପଣ ହସିବେ ନିଶ୍ଚିତ କିନ୍ତୁ ଏହା ଛଡା ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ଦୁଇଜଣ ଝିଅ ସ୍କୁଟିରେ ଆସୁଛନ୍ତି ଏବଂ ତାଙ୍କ ବାଲାନ୍ସ ଠିକ ନରହିବାରୁ ସେମାନେ ତଳେ ପଡିଯାଉଛନ୍ତି ।

ଏହା ପରେ ଜଣେ ବ୍ୟକ୍ତି ତାଙ୍କ ସାହାଯ୍ୟ କରିବାକୁ ଆସୁଛନ୍ତି । କିନ୍ତୁ ସେ ତାଙ୍କୁ ସାହାଯ୍ୟ କ’ଣ କରିବେ ସେ ତାଙ୍କୁ ଆହୁରି ଚିନ୍ତାରେ ପକାଇବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ସ୍କୁଟିରେ ଦୁଇଜଣ ଝିଅ କେଉଁ ସ୍ଥାନକୁ ଯାଉଛନ୍ତି । ଆଉ ଯେତେବେଳେ ତାଙ୍କୁ ସ୍କୁଟିକୁ ରୋକିବାକୁ ବ୍ରେକ ଲଗାଉଛନ୍ତି ହଠାତ ତାଙ୍କର ବାଲାନ୍ସ ବିଗିଡି ଯାଉଛି । ସେମାନେ ତଳେ ପଡି ଯାଉଛନ୍ତି ।

ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଆସୁଛନ୍ତି ସେମାନଙ୍କ ସାହାଯ୍ୟ କରିବାପାଇଁ । ଯେତେବେଳେ ସେ ସ୍କୁଟିକୁ ଉଠାଇବାକୁ ଚେଷ୍ଠା କରୁଛନ୍ତି ସେତେବେଳେ ସ୍ମୃଟିଟି ଅଗକୁ ବଢି ଚାଲିଲା । କିଛି ସମୟ ପରେ ବ୍ୟକ୍ତି ଜଣକ ସ୍କୁଟି ସହିତ ନଦୀରେ ପଡିଥିଲେ । ସେ ସ୍କୁଟିକୁ ଉଠାଇବା ପୂର୍ବରୁ ଚାବି ବନ୍ଦ କରି ନଥିଲେ । ୨୩ ସେକେଣ୍ଡର ଏହି ଭିଡିଓ ଆପଣ ମଧ୍ୟ ଦେଖିଲା ପରେ ଆଶ୍ଚର୍ଯ୍ୟ ହେବେ । ଏହି ଭିଓକୁ ସୋସିଆଲ ମିଡିଆ ପ୍ଲାଟ ଫର୍ମ ଏକ୍ସରେ ପୋଷ୍ଟ କରାଯାଇଛି । ଏହାକୁ ଏପର୍ଯ୍ୟନ୍ତ ୧.୨ ମିଲିୟନ ଲୋକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.