ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ଏହା ମଧ୍ୟରେ ଭାରତ ପୁଣି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ସ୍ୱର୍ଣ୍ଣ ସଂଖ୍ୟା ୧୮ରେ ପହଞ୍ଚିଛି । ଗତ ୨୦୧୮ ମସିହା ଏସିଆନ ଗେମ୍ସରେ ଭାରତ ୧୬ଟି ସ୍ୱର୍ଣ୍ଣ ସହିତ ସର୍ବାଧିକ ୭୦ଟି ପଦକ ଜିତିଥିବା ବେଳେ ଚଳିତ ବର୍ଷ ଉକ୍ତ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ।
ଭାରତ ୪ x ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଛି । ଆନସ, ଆମୋଜ ଆଜମଲ ଓ ରାଜେଶ ଭାରତ ପାଇଁ ଏହି ପଦକ ଜିତିଥିଲେ । ଏହା ପୂର୍ବରୁ ଜାଭେଲିନ ଥ୍ରୋରେ ଭାରତ ପକ୍ଷରୁ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଓ କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ସେହିପରି ପୁରୁଷ ସେମିଫାଇନାଲରେ ସୌରଭ ଘୋସାଲ ୫୨ ନମ୍ବର ବିଶ୍ୱ ରାଙ୍କିଂ ପ୍ରାପ୍ତ ହେନରୀ ଲିଉଙ୍ଗଙ୍କୁ ୩-୦ (୧୧-୨, ୧୧-୧, ୧୧-୬)ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।
କିରଗିଜସ୍ତାନର ପ୍ରତିଯୋଗୀଙ୍କୁ ୮୭ ଗ୍ରାମ ବର୍ଗରେ ୨-୧ରେ ପରାସ୍ତ କରି ସୁନୀଲ ବ୍ରୋଞ୍ଜ ପଦକ ଜିତିଥିଲେ । ସୁନୀଲ ରେସଲିଂରେ ଭାରତ ପାଇଁ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିଥିଲେ । ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ଦକ୍ଷିଣ କୋରିଆକୁ ୫-୩ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।
GOOOOLD medal in Men's 4X400m Relay 🔥
Quartet of Anas, Amoj Ajmal & Rajesh win Gold medal #AGwithIAS | #IndiaAtAsianGames #AsianGames2022 pic.twitter.com/GLqaaPLWrl
— India_AllSports (@India_AllSports) October 4, 2023