fbpx

କୋଟି କୋଟି ଗ୍ରାହକଙ୍କ ପାଇଁ SBI ଲଞ୍ଚ କଲା ନୂଆ ସୁବିଧା: ବର୍ତ୍ତମାନ ଘରେ ହିଁ ମିଳିଯିବ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଘର ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ପାଇଁ ‘ମୋବାଇଲ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍’ ଆରମ୍ଭ କରିଛି । ଏହା ଅଧୀନରେ ଗ୍ରାହକଙ୍କୁ ବ୍ୟାଙ୍କ ପ୍ରଦାନ କରୁଥିବା ହାଲୁକା ଉପକରଣରୁ ବିଭିନ୍ନ ବ୍ୟାଙ୍କ ସେବା ଉପଲବ୍ଧ ହୋଇପାରିବ । ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଆର୍ôଥକ ଅନ୍ତର୍ଭୂକ୍ତିକୁ ମଜବୁତ କରିବା ଏବଂ ସାଧାରଣ ଲୋକଙ୍କୁ ଜରୁରୀ ବ୍ୟାଙ୍କ ସେବା ଯୋଗାଇବା । ଏହି ପଦକ୍ଷେପ ବ୍ୟାଙ୍କ ସେବା ପାଇବାରେ ଉପଲବ୍ଧତା ଏବଂ ସୁବିଧା ବୃଦ୍ଧି କରିବାର ଏକ ଅଂଶ ।

ପ୍ରାରମ୍ଭରେ ଆପଣ ପାଞ୍ଚଟି ସୁବିଧାର ଲାଭ ପାଇବେ :-
ସେ କହିଛନ୍ତି ଯେ, ଏହି ପଦକ୍ଷେପ ‘କିଓସ୍କ ବ୍ୟାଙ୍କିଙ୍ଗ’ କୁ ସିଧା ଗ୍ରାହକଙ୍କ ପର୍ଯ୍ୟନ୍ତ ଆଣିଥାଏ । ଏହା ଗ୍ରାହକ ସେବା କେନ୍ଦ୍ର (ସିଏସପି) ଏଜେଣ୍ଟମାନଙ୍କୁ ଅଧିକ ପ୍ଲେଗ୍ଜିବିଲିଟୀ ଦେଇଥାଏ । ବିଶେଷକରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ନିକଟରେ ଏହା ପହଞ୍ଚିବାରେ ସାହାଯ୍ୟ କରିବ । ଖାରା କହିଛନ୍ତି ଯେ, ନୂଆ ପଦକ୍ଷେପ ଅନୁଯାୟୀ ପ୍ରାରମ୍ଭରେ ପାଞ୍ଚଟି ବ୍ୟାଙ୍କିଙ୍ଗ ସେବା – କ୍ୟାସ୍ ଉଠାଇବା, କ୍ୟାସ୍ ଜମା, ଟଙ୍କା ଟ୍ରାନ୍ସଫର, ବାଲାନ୍ସ ଯାଞ୍ଚ ଏବଂ ମିନି ଷ୍ଟେଟମେଣ୍ଟ ଉପଲବ୍ଧ କରାଯିବ ।

ଖାରା କହିଛନ୍ତି ଯେ, ଏହି ସେବାଗୁଡିକ ବ୍ୟାଙ୍କର ସିଏସପିରେ ହୋଇଥିବା ମୋଟ କାରବାରର ୭୫ ପ୍ରତିଶତରୁ ଅଧିକ ଅଟେ । ସେ କହିଛନ୍ତି ଯେ, ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବ୍ୟାଙ୍କ ନନାମାଙ୍କନ, ଆକାଉଣ୍ଟ ଖୋଲିବା ଏବଂ କାର୍ଡ ଆଧାରିତ ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏସବିଆଇ ଅଧ୍ୟକ୍ଷ କହିଛନ୍ତି, ‘ଆମର ଲକ୍ଷ୍ୟ ହେଉଛି ଆର୍ôଥକ ଅନ୍ତର୍ଭୂକ୍ତିର ଆକାଂକ୍ଷାକୁ ପୂରଣ କରିବା ପାଇଁ ସମାଜର ସମସ୍ତ ବିଭାଗ, ବିଶେଷକରି ଅଣ ବ୍ୟାଙ୍କିଙ୍ଗ୍ ପାଇଁ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଇବା ।

ମୋବାଇଲ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ପ୍ରବର୍ତ୍ତନ ସହିତ ଗ୍ରାହକମାନେ ସେମାନଙ୍କ ସ୍ଥାନରେ କାରବାର କରିବାର ଅଭିଜ୍ଞତା ପାଇବେ ବୋଲି ସେ କହିଛନ୍ତି । ଏହି ଟେକ୍ନୋଲୋଜି କୋଟି କୋଟି ଗ୍ରାହକଙ୍କୁ ସୁବିଧାଜନକ ଏବଂ ଦ୍ୱାର ଦେଶରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବ ।

Get real time updates directly on you device, subscribe now.