fbpx

ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପର ଝଟକା: ସୁନାମୀର ଚେତାବନୀ ଦେଲେ ମୌସୁମୀ ବିଭାଗ

ନୂଆଦିଲ୍ଲୀ: ଜାପାନରେ ପ୍ରବଳ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୬.୬ ବୋଲି ସୂଚନା ମିଳିଛି। ଏହା ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମି ସମ୍ପର୍କରେ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା।

ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା ପ୍ରିଫେକ୍ଟର ଠାରୁ ପଶ୍ଚିମରେ କାଗୋସିମା ପ୍ରିଫେକ୍ଟର ପର୍ଯ୍ୟନ୍ତ ୦.୨ ମିଟର ତରଙ୍ଗ ହେବାର ଆଶଙ୍କା ରହିଛି। ସତର୍କତା ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆଜି ସକାଳେ ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ୩.୨ ମାପ କରାଯାଇଛି । ଉତ୍ତରକାଶୀ ଜିଲ୍ଲାରେ ଭୂମିକମ୍ପର କମ୍ପନ ସେଠାକାର ବାସିନ୍ଦାଙ୍କ ନିଦ ହଜାଇଦେଇଛି ।

ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ମଙ୍ଗଳବାର ଦ୍ୱିପହରରେ ୨.୫୧ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୨ ରେ ମାପ କରାଯାଇଥିଲା । ନେପାଳର ଦିପାୟାଲଠାରୁ ୩୮ କିଲୋମିଟର ଦୂରରେ ପାଞ୍ଚ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ୟୁପି-ଦିଲ୍ଲୀ ସମେତ ଅନେକ ରାଜ୍ୟରେ କମ୍ପନ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.