fbpx

୨୬ ବର୍ଷୀୟ ଯୁବକଙ୍କୁ ଦେଖି ବୃଦ୍ଧାଙ୍କ ବଢିଲା ଲୋଭ: ବିବାହ ପରେ ସନ୍ତାନ ପାଇଁ ଜିଦି

ଓଡ଼ିଶା ଭାସ୍କର: ଗଣମାଧ୍ୟମରେ ବେଳେ ବେଳେ ଏମିତି ଖବର ଆସେ, ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ସେମିତି ଏକ ଖବର ଆସିଛି ଆମେରିକାର ଜାଁର୍ଜିୟାରୁ, ଏଠାରେ ଜଣେ ୨୬ ବର୍ଷୀୟ ଯୁବକ ୬୩ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି । ସବୁଠୁ ରୋଚକ କଥା ହେଉଛି ସେମାନେ ବର୍ତ୍ତମାନ ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି । ଦେଖିବାକୁ ଗଲେ ସେମାଙ୍କ ମଧ୍ୟରେ ୩୭ ବର୍ଷର ବ୍ୟବଧାନ ରହିଛି । ତେବେ ଏହି ଦମ୍ପତିିଙ୍କ କହିବା କଥା ସେମାନେ କାହାରି କମେଣ୍ଟକୁ ଶୁଣିବାକୁ ଚାହିଁବେନି । ବୃଦ୍ଧାଙ୍କ ନାମ ଚୋରିଲ ଏବଂ ଯୁବକଙ୍କ ନାମ କୁରାନ ବୋଲି ଜଣା ପଡିଛି । ପୂର୍ବରୁ କୁରାନ ଚୋରିଲଙ୍କ ରେଷ୍ଟୁରାଣ୍ଟରେ ୱେଟର୍ ଭାବେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେମାନେ ଏବେ ସେମାଙ୍କ ପରିବାରକୁ ବଢାଇବାକୁ ଚାହୁଁଚନ୍ତି । ହେଲେ ଚୋରିଲଙ୍କ ବୟସ ଅଧିକ ହୋଇଥିବାରୁ ସନ୍ତାନ ହେବା କଷ୍ଟକର । ସନ୍ତାନ ଲାଗି ସେମାନେ ଯଦି ଅସଫଳ ହୁଅନ୍ତି ତେବେ ସେମାନେ ସରୋଗେସୀ ପ୍ରକ୍ରିୟାର ସହଯୋଗ ନେବେ । ତାଙ୍କୁ ଜଣେ ମହିଳା ମିଳିଛନ୍ତି ଯିଏ ଏଥି ପାଇଁ ରାଜି ହୋଇଥିଲେ । ହେଲେ କାରଣ ବସତଃ ସେ ଦମ୍ପତିଙ୍କ ଠାରୁ ୭ଲକ୍ଷ ଟଙ୍କା ନେଇ କୁଆଡେ ପଳାଇଛନ୍ତି ଯାହା ତାଙ୍କୁ ଚିନ୍ତାରେ ପକାଇଛି ।

Get real time updates directly on you device, subscribe now.