fbpx

(Video) ରହସ୍ୟଜନକ ବିମାରୀ! ଏକସଙ୍ଗେ ପାରାଲାଇଜଡ୍ ହୋଇଗଲେ ୯୫ ଜଣ ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପାଖପାଖରେ କିଛି ଅଜବ ଧରଣର ବିମାରୀ ଦେଖିବାକୁ ମିଳିଥାଏ । ଏଭଳି ସ୍ଥିତିରେ ଡାକ୍ତରମାନେ ମଧ୍ୟ ଚିନ୍ତିତ ହୋଇ ପଡ଼ିଥାନ୍ତି । ତେବେ ଅଚାନକ ବହୁ ସ୍କୁଲ ଛାତ୍ରୀ ଏକ ଅଜବ ଧରଣର ବିମାରୀରେ ସଂକ୍ରମିତ ହୋଇଯାଇଥିଲେ । ଫଳରେ ଚାଲିବାକୁ ସେମାନଙ୍କର ଦୁଇ ଗୋଡ଼ରେ ଶକ୍ତି ନଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କେନିଆରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସବୁ ଛାତ୍ରୀଙ୍କର ଶରୀରର ଦୁଇ ଗୋଡ଼ ଏକସଙ୍ଗେ ପାରାଲାଇଜଡ୍ ହୋଇଯାଇଥିଲା । ତେଣୁ ଉକ୍ତ ରୋଗର କାରଣ ଜାଣିବା ପାଇଁ ସମସ୍ତଙ୍କଠାରୁ ବ୍ଲଡ ଓ ୟୁରିନ୍ ସାମ୍ପୂଲ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ ।

ଏହି ଘଟଣା ପରେ କାକାମେଗା କାଉଣ୍ଟି ସହର ସ୍ଥିତ ସେଣ୍ଟ ସେରେସାସ ଏରେଗୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସଙ୍ଗେସଙ୍ଗେ ବନ୍ଦ କରିଦିଆଯାଇଥିଲା । ଅଧିକାଂଶ ଛାତ୍ରୀ ଚାଲିବାକୁ ଅକ୍ଷମ ହୋଇପଡ଼ିଥିଲେ । ତେଣୁ ପୀଡ଼ିତମାନଙ୍କର ରକ୍ତ ଓ ପରିସ୍ରା ନମୂନା ସଂଗ୍ରହ କରି କେନିଆ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଇଏମଆରଇ) ଲାବୋରେଟୋରୀକୁ ପଠାଯାଇଥିଲା । ସ୍କୁଲ ଛାତ୍ରୀମାନେ ଗତ କିଛି ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତେଣୁ ଏହି ‘ମହାମାରୀ’ ଭଳି ସ୍ଥିତିକୁ ନେଇ ଛାତ୍ରୀଙ୍କର ଅଭିଭାବକଙ୍କର ଚିନ୍ତା ବଢ଼ିଯାଇଛି ।

Get real time updates directly on you device, subscribe now.