fbpx

ମହାଦେବ ଅନଲାଇନ ବେଟିଂ କାରବାର ମାମଲା : ୬ଟି ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ବେଟିଂ କାରବାର ସହ ଜଡିତ ମହାଦେବ ବେଟିଂ ଆପ୍‌ ଦୁର୍ନୀତି ମାମଲାକୁ ନେଇ ED ଆଜି ପୁଣି ଏକ ବଡ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ଅନେକ ବଲିଉଡ ଷ୍ଟାରଙ୍କ ନାମ ସାମ୍ନାକୁ ଆସିଛି । ଆଜି ପ୍ରାୟ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଚଳାଇଛି ED । ଏହି ସର୍ଚ୍ଚ ଅପରେସନ୍‌ ଛତିଶଗଡ, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହେଉଛି । ଏହି ମାମଲାର ସାମ୍ନାକୁ ଆସିଥିବା ବଡ କଥା ହେଉଛି, ମହାଦେବ ବେଟିଂ ଆପ୍‌ ବ୍ୟବସାୟରେ ଜଡିତ ଅଭିଯୁକ୍ତଙ୍କର ଦୁବାଇ ସହିତ ସଂଯୋଗ ରହିଛି । ଏହାର ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍‌ ଚାଲିଛି ।

ମହାଦେବ ବେଟିଂ କାରବାର ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ବଲିଉଡ ଅଭିନେତା ରଣବୀର କପୁର, କପିଲ ଶର୍ମା ଓ ଶ୍ରଦ୍ଧା କପୁରଙ୍କ ଭଳି ଫିଲ୍ମ ଷ୍ଟାରଙ୍କୁ ED ସମନ ଜାରି କରିଥିଲେ, ଏବଂ ତାଙ୍କୁ ହଜାର ହେବାକୁ କହିଥିଲେ ।

ED ଯାଞ୍ଚ୍‌ ଅନୁସାରେ, ମହାଦେବ ବେଟିଂ ଆପ୍‌କୁ ଦୁବାଇରେ ବସି ଛତିଶଗଡର ଭିଲାଇରେ ବସବାସ କରୁଥିବା ସୌରଭ ଚନ୍ଦ୍ରକର ଓ ରବି ଅପ୍ପଲ ଅପରେ କରୁଥିଲେ । ଏହି ଦୁଇଜଣ ମହାଦେବ ବେଟିଂ ଆପ୍‌ର ପ୍ରୋମୋଟର ମଧ୍ୟ ଥିଲେ । ତେବେ ଏହାର କଲ୍‌ ସେଣ୍ଟର ମାଲେସିୟା, ଥାଇଲାଣ୍ଡ, ଭାରତ ଏବଂ UAEର ଭିନ୍ନ ଭିନ୍ନ ବଡ ସହରରେ ଖୋଲା ଯାଇଥିଲା । ଯାହା ମାଧ୍ୟମରେ ବିଭିନ୍ନ ସବ୍ସିଡାରୀ ଆପ୍‌ ତିଆରି କରି ଅନ୍‌ଲାଇନ୍‌ ବେଟିଂ କରାଯାଉଥିଲା । ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିଥିଲେ ।୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ପରେ EDର ନଜର ସେମାନଙ୍କ ଉପରେ ପଡିଥିଲା, ଯାହା ଫଳରେ ED ଖୋଳତାଡ ଆରମ୍ଭ କରିଥିଲା ।

 

Get real time updates directly on you device, subscribe now.