fbpx

ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ବୟାନ: ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବା-ଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବା-ଦେବୀଙ୍କୁ ଭକ୍ତି କରିବା ସହିତ ପୂଜା ମଧ୍ୟ କରିଥାନ୍ତି । କିନ୍ତୁ ଚଳିତ ଦିନିକିଆ ବିଶ୍ୱକପରେ ହିନ୍ଦୁ ଧର୍ମର ଦେବା-ଦେବୀଙ୍କୁ ଅପମାନ କରିଛନ୍ତି ପାକିସ୍ତାନର ଜଣେ ଟିଭି ପ୍ରେଜେଣ୍ଟର ଜେନବ ଅବାସ । ଭାରତରେ ଏଭଳି ବୟାନ ଦେଇ ବିବାଦରେ ଫସି ଯାଇଛନ୍ତି ପାକିସ୍ତାନର ହୋଷ୍ଟ । ଫଳରେ ବର୍ତ୍ତମାନ ତାଙ୍କୁ ଭାରତରୁ ବିଦା କରି ଦିଆଯାଇଛି ।

ପାକିସ୍ତାନର ମହିଳା ପତ୍ରକାର ଜେନବ ଅବାସ ଦିନିକିଆ ବିଶ୍ୱକପ ହୋଷ୍ଟ କରିବା ପାଇଁ ଭାରତ ଆସିଥିଲେ । କିନ୍ତୁ ତାଙ୍କର ଏକ ବୟାନ ତାଙ୍କ ଉପରେ ଖୁବ ମହଙ୍ଗା ପଡ଼ିଛି । ପାକିସ୍ତାନୀ ମହିଳା ପତ୍ରକାର ଜେନବ ଅବାସଙ୍କୁ ଏହି କାରଣ ପାଇଁ ଭାରତରୁ ବିଦା କରି ଦିଆଯାଇଛି । ବିଶ୍ୱକପ ସମୟରେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଏକ ଅପମାନଜନକ ବୟାନ ଦେଇଥିଲେ ଜେନବ । ଭାରତର ଜଣେ ଆଇନଜୀବୀ ବିନୀତ ଜିନ୍ଦଲ ପାକିସ୍ତାନୀ ଆଙ୍କରଙ୍କ ବିରୋଧରେ ୯ ବର୍ଷ ଏକ ପୁରୁଣା ଟ୍ୱିଟର ପୋଷ୍ଟକୁ ନେଇ ସାଇବର ସେଲରେ ଅଭିଯୋଗ ଆଣିଥିଲେ । ଏହି ପୋଷ୍ଟରେ ଜେନବ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅନେକ କିଛି କହିବା ସହ ଅପମାନଜନକ ମନ୍ତବ୍ୟ ଲେଖିଥିବା ଅଭିଯୋଗ କରିଥିଲେ ବିନୀତ ।

ତେବେ ଏହି ଅଭିଯୋଗ ଆଧାରରେ ଜେନବଙ୍କ ବିରୋଧରେ ଦିଲ୍ଲୀ ପୋଲିସ ୧୫୩-ଏ, ୨୯୫, ୫୦୬ ଏବଂ ୧୨୧ ଦାରାରେ ମାମଲା ରୁଜୁ କରିଛି । ଏହାସହିତ ଯଥାଶୀଘ୍ର ତାଙ୍କୁ ବିଶ୍ୱକପ ପ୍ରେଜେଣ୍ଟର ତାଲିକାରୁ ବାଦ୍ ଦେବା ପାଇଁ ଦାବି ହୋଇଛି । ଭାରତ ବିପକ୍ଷରେ କହୁଥିବା ଏଭଳି ବ୍ୟକ୍ତିତ୍ୱଙ୍କୁ ଦେଶରେ ସ୍ୱାଗତ କରିବା ଅନୁଚିତ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ସେ ଭାରତରୁ ବିଦା ହୋଇଥିବା ବେଳେ ଦୁବାଇରେ ଥିବା ଜାଣିବାକୁ ମିଳିଛି । ସେହିପରି ଭାରତରେ କ୍ରିକେଟର ଭଗବାନ କୁହାଯାଇଥିବା ସଚିନ୍ ତେନ୍ଦୁଲକରଙ୍କୁ ଆକ୍ଷେପ କରି ମଧ୍ୟ ଏକ ଟ୍ୱିଟ କରିଛନ୍ତି ।

Get real time updates directly on you device, subscribe now.