fbpx

Video: ପାସ୍ତାରୁ କୋଟିପତି! ଗୋଟିଏ ଭିଡିଓରେ ୧ଲକ୍ଷ ରୋଜଗାର

ନୂଅ।।ଦିଲ୍ଲୀ : ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ । କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ନଥାଏ । ତଥାପି ମଣିଷ ନିଜର ଚେଷ୍ଟାକୁ ଜାରି ରଖିବା ଉଚିତ । ନିଜର କଠିନ ପରିଶ୍ରମ ଜାରି ରଖିବା ଉଚିତ, କାରଣ କିଏ ଜାଣିଛି ଭାଗ୍ୟ କେତେବେଳେ ବଦଳିଯିବ ।ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଥର କୋଟିପତି ହୋଇ, ଅନ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଅନେକ ଚେଷ୍ଟା ପରେ ଧୀରେ ଧୀରେ ଧନୀ ହୁଅନ୍ତି, କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେବଳ ପାସ୍ତା ତିଆରି କରି କୋଟିପତି କିଏ ହୋଇଛି? ଏପରି ଜଣେ ବାଳକ ବିଷୟରେ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି, ଯିଏ ପାସ୍ତା କି ତିଆରି କରି ବହୁତ ଧନୀ ହୋଇଯାଇଛନ୍ତି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

ଆଜିକାଲିର ସୋସିଆଲ ମିଡିଆ ଯୁଗରେ, ଲୋକମାନେ ତାହାର ସାହାଯ୍ୟ ନେଇ ଭଲ ଅର୍ଥ ଉପାର୍ଜନ କରୁଛନ୍ତି । କିଛି ଲୋକ କେବଳ ଗୋଟିଏ ପୋଷ୍ଟରୁ 1 ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଆମେରିକାର ଜିଆନଲୁକା କଣ୍ଟେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯିଏ କି କିଛି ବର୍ଷ ପୂର୍ବେ ପାସ୍ତା ତିଆରି କରିବା ସମୟରେ ଏକ ଭିଡିଓ ବନାଇ, ତାହାକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଥିଲେ ଏବଂ ଆଜି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଜିଆନଲୁକା ୨୦୧୯ରେ ଟିକଟକରେ ତାଙ୍କର ପ୍ରଥମ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ପାସ୍ତା ତିଆରି କରୁଥିବାର ଦେଖିବାକୁ ମିଳିଥିଲା । ଜିଆନଲୁକା କଲେଜରେ ପଢିବା ସହିତ ତାଙ୍କ ପିତାଙ୍କ ରେଷ୍ଟୁରାଣ୍ଟରେ ମଧ୍ୟ କାମ କରୁଥିଲେ । ସେ କହିଛନ୍ତି ଯେ, ‘ମୁଁ କେବଳ ରସୁଣ ଏବଂ ଟମାଟୋ ବ୍ୟବହାର କରି ପାସ୍ତା ତିଆରି କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ।’ ଏହା ପରେ ସେ ବିଭିନ୍ନ ଶୈଳୀରେ ପାସ୍ତା ତିଆରି କରିବା ଆରମ୍ଭ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ଆରମ୍ଭ କଲେ, ଯାହା କି ଲକ୍ଷ ଲକ୍ଷ ଭ୍ୟୁ ପାଇବା ଆରମ୍ଭ କଲା ।

 

View this post on Instagram

 

A post shared by QCP (@itsqcp)

Get real time updates directly on you device, subscribe now.