fbpx

(Video) ଇସ୍ରାଏଲ୍-ହମାସ ଯୁଦ୍ଧ; ପିଲାଙ୍କ ସାମ୍ନାରେ ବାପା-ମାଆଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଛାତିଥରା କଥା ବଖାଣିଲେ ନାଗିନ୍ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ନାଗିନ ଅଭିନେତ୍ରୀ ମଧୁରା ନାଏକ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବର୍ତ୍ତମାନ ଦୁଃଖରେ । ଇସ୍ରାଏଲ-ହାମାସ ଯୁଦ୍ଧରେ ତାଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ସେଥିରେ ସେ ପରିବାରକୁ ହରାଇବାର ଦୁଃଖ ବିଷୟରେ କହିଛନ୍ତି । ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଥିଲେ- ‘ମୁଁ ମଧୁରା ନାୟକ, ଭାରତରେ ଜନ୍ମିତ ଇହୁଦୀ। ଭାରତରେ ଆମେ ମାତ୍ର ୩,୦୦୦ ଅଛୁ । ଅକ୍ଟୋବର ୭ ପୂର୍ବରୁ ଆମେ ଆମ ପରିବାରର ଗୋଟିଏ ଝିଅ ଓ ପୁଅକୁ ହରାଇଥିଲୁ ।

ଦୁଇ ପିଲାଙ୍କ ସାମ୍ନାରେ ଭଉଣୀ ଓଡାୟା ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ମୋ ପରିବାର ବର୍ତ୍ତମାନ ଯେଉଁ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ । ଆଜି ଇସ୍ରାଏଲ ଯନ୍ତ୍ରଣାରେ ଛଟପଟ ହେଉଛି, ହମାସର ନିଆଁରେ ପିଲା, ମହିଳା ଓ ବୃଦ୍ଧମାନେ ଜଳୁଛନ୍ତି । ମଧୁରା ଆହୁରି କହିଛନ୍ତି, ‘ମହିଳା, ଶିଶୁ, ବୃଦ୍ଧ ଓ ଦୁର୍ବଳଙ୍କୁ ଟାର୍ଗେଟ କରାଯାଇଥିଲା। ଗତକାଲି, ମୁଁ ମୋ ଭଉଣୀ, ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କର ଏକ ଫଟୋ ସେୟାର କରିଥିଲି ଯାହା ଦ୍ୱାରା ବିଶ୍ୱ ଆମର ଯନ୍ତ୍ରଣା ଦେଖିପାରିବ ଏବଂ ପାଲେଷ୍ଟାଇନ ପ୍ରଚାର କିପରି ଚାଲିଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଏହି ପାଲେଷ୍ଟାଇନ ସମର୍ଥକ ପ୍ରଚାର ଇସ୍ରାଏଲର ଲୋକଙ୍କୁ ହତ୍ୟାକାରୀ ପରି ଦେଖାଇବାକୁ ଚାହୁଁଛି ।

 

View this post on Instagram

 

A post shared by Madhura Naik 🧿 (@madhura.naik)

Get real time updates directly on you device, subscribe now.