ନୂଆଦିଲ୍ଲୀ : କଥାରେ ଅଛି ଦୁର୍ଘଟଣା ଠାରୁ ବିଳମ୍ବ ହିଁ ଭଲ । ଏହାକୁ ଆମେ ଅନେକ ସମୟରେ ପଢିଥିବା ଏବଂ ଶୁଣିଥିବା । କିନ୍ତୁ ଲୋକେ ଏହି କଥାକୁ ଅଣଦେଖା କରି କୌଣସି କାମକୁ ଅତି ଶୀଘ୍ରରେ କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇବାରେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଗତକାଲି ଜଣେ ଯାତ୍ରୀ ନିଜ ଜୀବନକୁ ଖାତିର ନକରି, ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ ।
ସୂଚନା ଅନୁସାରେ, ମଙ୍ଗଳବାର ଦିନ ଜଣେ ଯାତ୍ରୀ ନିଜ ଜୀବନର ଖାତିର ନକରି ବନ୍ଦେ ଭାରତ ଚଳନ୍ତା ଟ୍ରେନର ଗାର୍ଡ କେବିନରେ ଚଢିାକୁ ଚେଷ୍ଟା କରିଥିଲେ । ଖୋଲାଥିବା ଗାର୍ଡ କେବିନରେ ଚଢିବାକୁ ଚେଷ୍ଟା କରୁଥରବା ସମୟରେ ବ୍ୟକ୍ତିର ପାଦ ଖସି ଗଲା । ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମ ଏବଂ କେବିନ ମଧ୍ୟରେ ପଡିବାକୁ ଯାଉଥିବା ବେଳେ ସେଠାରେ ଡ୍ୟୁଟିରେ ଥିବା ଆରପିଏଫ କନଷ୍ଟେବଲ ତାଙ୍କୁ ଧରି ବାହାରକୁ ଟାଣି ଦେଇଥିଲେ । ଯାହାଫଳରେ ବ୍ୟକ୍ତିଟି ମୃତ୍ୟୁ ମୁଖରୁ ଫେରି ଆସିଥିଲେ । ବ୍ୟକ୍ତିର ଜୀବନ ବଞ୍ଚାଇଥିବାରୁ ଯାତ୍ରୀ ଜଣକ ଆରପିଏଫ କର୍ମିଙ୍କୁ ଧନ୍ୟବାଦ ଜଣାଇଥିଲେ ।