fbpx

Big Update… ଅହମ୍ମଦାବାଦକୁ ଯାଉଛନ୍ତି ଶୁଭମନ ଗିଲ: ଭାରତ-ପାକ୍ ମ୍ୟାଚରେ ହେବ କି ଦମଦାର ଏଣ୍ଟ୍ରି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ‘ଶତକବୀର’ ଷ୍ଟାର ଓପନର ଶୁଭମନ ଗିଲଙକୁ ନେଇ ଆସିଛି ବଡ଼ ଖବର । ଖୁବଶୀଘ୍ର ସେ ଦଳରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅସୁସ୍ଥତା ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିବା ବେଳେ ଆଗାମୀ ମ୍ୟାଚରେ ସେ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ଏଥିପାଇଁ ସେ ହସ୍ପିଟାଲରୁ ବାହାରି ସିଧା ଅହମ୍ମଦାବାଦକୁ ଯାଇପାରନ୍ତି ଏବଂ ପାକିସ୍ତାନ ବିପକ୍ଷ ହାଇ ଭୋଲ୍ଟେଜ ମ୍ୟାଚରେ ଏଣ୍ଟ୍ରି କରିପାରନ୍ତି ଗିଲ୍ । ବର୍ତ୍ତମାନ ଶୁଭମନଙ୍କ ବିନା ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପର ଦ୍ୱିତୀୟ ମ୍ୟାଚ ଖେଳୁଛି ଭାରତୀୟ ଦଳ ।

ଭାରତୀୟ ଦଳର ଷ୍ୟାର ଓପନର ଶୁଭମନ ଗିଲଙ୍କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଅହମ୍ମଦାବାଦରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଏଣ୍ଟ୍ରି କରିପାରନ୍ତି ଶୁଭମନ ଗିଲ୍ । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଭୀଷଣ ଅସୁସ୍ଥ ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ଥିଲେ ଶୁଭମନ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ବିପକ୍ଷରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳିବାକୁ ଯାଉଛି ଭାରତ । ଏହି ମ୍ୟାଚରେ ଶୁଭମନ ଗିଲ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ଖେଳିପାରନ୍ତି ବୋଲି ଆଶା କରାଯାଉଛି । ଏ ନେଇ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ସୂଚନା ଦେଇଛନ୍ତି ।

ବ୍ୟାଟିଂ କୋଚ ବିକ୍ରମ କହିଛନ୍ତି ଯେ, ଶୁଭମନ ବର୍ତ୍ତମାନ ୭୦% ରୁ ୮୦% ପର୍ଯ୍ୟନ୍ତ ସୁସ୍ଥ ହୋଇ ହୋଟେଲକୁ ଫେରି ଆସିଛନ୍ତି । ମେଡିକାଲ ଟିମ୍ ଲଗାତାର ତାଙ୍କର ଯାଞ୍ଚ ଜାରି ରଖିଛି । ତେବେ ଏଥିରୁ ଜଣାଯାଉଛି ଯେ, ସେ ଖୁବଶୀଘ୍ର ସୁସ୍ଥ ହୋଇପାରିବେ ଏବଂ ଭାରତୀୟ ଦଳରେ କମବ୍ୟାକ କରିପାରିବେ । କିନ୍ତୁ ସେ କେବେ ଦଳକୁ ଫେରିବେ, ସେ ନେଇ ସ୍ପଷ୍ଟ କହିବା ବର୍ତ୍ତମାନ କଷ୍ଟକର । ଏହାବ୍ୟତୀତ ଆଜି ସେ ଚେନ୍ନାଇରୁ ଅହମ୍ମଦାବାଦକୁ ବିମାନ ଯାତ୍ରା କରିବେ ବୋଲି କହିଛନ୍ତି ବ୍ୟାଟିଂ କୋଚ୍ । ସେଠାରେ ବିସିସିଆଇର ମେଡିକାଲ ଟିମର ତଦାରଖରେ ରହିବେ ଶୁଭମନ । ଅକ୍ଟୋବର ୧୪୫ ତାରିଖ ସୁଦ୍ଧା ମେଡିକାଲ ଟିମ୍ ଗିଲଙ୍କ ସୁସ୍ଥ ଘୋଷଣା କଲେ ପାକିସ୍ତାନ ବିପକ୍ଷରେ ଏଣ୍ଟ୍ରି କରିପାରନ୍ତି ବୋଲି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.