fbpx

ମ୍ୟାଚ ଦେଖିବାକୁ ଆସିଥିଲେ ଫ୍ୟାନ୍ସ କିନ୍ତୁ କୋହଲିଙ୍କ ନାମ ବଦଳରେ ନବୀନଙ୍କ ନାମ ନେବାରୁ ବ୍ୟକ୍ତିଙ୍କୁ ପିଟି ଷ୍ଟାଡିୟମରୁ ବାହାରକୁ ବାହାର କରିଦେଲେ

ନୂଆଦିଲ୍ଲୀ : କ୍ରିକେଟ ଏବଂ ଇଣ୍ଡିଆ ଦୁଇଟି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱ । କେହି ଚାହିଁଲେ ମଧ୍ୟ ଏମାନଙ୍କୁ ଅଲଗା କରିପାରିବେ ନାହିଁ । ଯେତେବେଳେ କଥା ବିଶ୍ୱକପର ଆସିଥାଏ ତେବେ ଆଉ କିଛି କହିବା ବାକି ନଥାଏ । ୧୧ ଅକ୍ଟୋବରରେ ଆଇସିସି ୱାନ ଡେ ବିଶ୍ୱକପ ୯ ତମ ମ୍ୟାଚ ଭାରତ ଏବଂ ଆଫଗାନୀସ୍ଥାନ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିଲା । ଏହା ଦ୍ୱାରା ସେଠାରେ ଖେଳ ଦେଖିବାକୁ ଅନେକ ଫ୍ୟାନ୍ସମାନେ ମଧ୍ୟ ପହଞ୍ଚିଥିଲେ । ମ୍ୟାଚ ଚାଲିଥିବା ସମୟରେ କିଛି ଫ୍ୟାନ୍ସ ମାନେ ପରସ୍ପର ମଧ୍ୟରେ ଲଢୁଥିବା ନଜରକୁ ଆସିଥିଲେ ।ଫ୍ୟାନ୍ସ ମାନେ ପ୍ରଥମେ ସେହି ଲୋକକୁ ପିଟିଥିଲେ ଏହା ପରେ ତାଙ୍କୁ ଷ୍ଟାଡିୟମରୁ ବାହାରକୁ ବାହାର କରିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି । ସେମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଏହି ବ୍ୟକ୍ତି ଜଣକ ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କ ଠାରୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି । ଏହା ପରେ ତାଙ୍କୁ ଷ୍ଟାଡିୟମ ବାହାରକୁ ପଠାଇ ଦେଉଛନ୍ତି । ତେବେ ଏହି ଘଟଣା ଘଟିବାର କାରଣ ହେଉଛି ଏହି ଫ୍ୟାନ ଜଣକ ବିରାଟ କୋହିଲିଙ୍କ ବଦଳରେ ନବୀନ ଉଲଙ୍କ ନାମ ନେଉଥିଲେ ।

ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ତେବେ ଫ୍ୟାନ୍ସ ମାନଙ୍କ କହିବା କଥା ଏହା ବିରାଟ କୋହଲିଙ୍କ ବଦଳରେ ନବୀନଙ୍କ ନାମ ନେବା ଦ୍ୱାରା ଏ ଭଳି ଗଣ୍ଡୋଗଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୧୫୮.୨ ହଜାର ଲୋକ ଦେଖି ସାରିଛନ୍ତି । ଏହାକୁ ଦେଖିବା ପରେ ଅନେକ ଲୋକ ଅନେକ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.