fbpx

ସତରେ କ’ଣ ସରକାର ଗଙ୍ଗାଜଳ ଉପରେ ଲଗାଉଛନ୍ତି ଜିଏସଟି ? ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସସାଇଜ୍ ଆଣ୍ଡ କଷ୍ଟମ କ’ଣ ରଖିଛି ଉତ୍ତର ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବାର କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ଏବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଯିବା ସଂପର୍କିତ ଅଭିଯୋଗ ଆଣିଛନ୍ତି । କିନ୍ତୁ କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ବୟାନ ତାଙ୍କ ଉପରେ ହିଁ ଭାରି ପଡିବାକୁ ଯାଉଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସସାଇଜ୍ ଆଣ୍ଡ କଷ୍ଟମ (ସିବିଆଇସି) ଖଡଗେଙ୍କ ଏହି ବୟାନକୁ ଖଣ୍ଡନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରାଖଣ୍ଡର ପିଥୌରାଗଡର ପବିତ୍ର ପାର୍ବତୀ କୁଣ୍ଡରେ ଦର୍ଶନ କରିବା ଲାଗି ପହଞ୍ଚିଥିଲେ । ଏହିଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଆଦି କୈଳାସଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଥୌରାଗଡରେ କୌଶଳ ଦୀକ୍ଷାନ୍ତ ସମାରୋହରେ ଜନତାଙ୍କୁ ସମ୍ବୋଧିତ ବି କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଚଳିତ ଦଶକ ଉତ୍ତରାଖଣ୍ଡର ହିଁ ହେବ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଯାତ୍ରାକୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ ଖଡଗେ ଲେଖିଛନ୍ତି, ମୋଦୀଜୀ , ଜଣେ ସାଧାରଣ ଭାରତୀୟର ଜନ୍ମ ଠାରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ମୋକ୍ଷଦାୟିନୀ ମା’ ଗଙ୍ଗାର ମହତ୍ତ୍ୱ ବହୁତ ରହିଛି । ଏହା ଭଲ କଥା ଯେ, ଆପଣ ଆଜି ଉତ୍ତରାଖଣ୍ଡରେ ଅଛନ୍‌ତି କିନ୍ତୁ ଆପଣଙ୍କ ସରକାର ପବିତ୍ର ଗଙ୍ଗାଜଳ ଉପରେ ବି ୧୮ ପ୍ରତିଶତ ଜିଏସଟି ଲଗାଇ ଦେଇଛନ୍ତି । ଆପଣଙ୍କ ସରକାର ଥରେ ଏହା ଭାବିଲେ ନାହିଁ କି ଯେଉଁମାନେ ଘରକୁ ଗଙ୍ଗାଜଳ ମଗାଉଛନ୍ତି ସେମାନଙ୍କ ଉପରେ ଏହାର ବୋଝ କିପରି ପଡିବ?

କିନ୍ତୁ ଖଡଗେଙ୍କ ଏହି ଦାବୀକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସସାଇଜ୍ ଆଣ୍ଡ କଷ୍ଟମ (ସିବିଆଇସି) ଖଣ୍ଡନ କରିଛି । ସିବିଆଇସି କହିଛି ସାରା ଦେଶରେ ସମସ୍ତ ହିନ୍ଦୁଙ୍କ ଘରେ ଗଙ୍ଗାଜଳ ପୂଜାରେ ଉପଯୋଗ କରାଯାଇଥାଏ । ପୂଜା ସାମଗ୍ରୀକୁ ଜିଏସ୍‌ଟି ଛାଡ କରାଯାଇଥିବାରୁ ଗଙ୍ଗାଜଳ ମଧ୍ୟ ଜିଏସଟି ଅନ୍ତର୍ଭୁକ୍ତ ହୋଇନାହିଁ ।

Get real time updates directly on you device, subscribe now.