fbpx

ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ଜୁନ୍ ୨୨ ତାରିଖରେ ମୌସୁମୀ ଓଡିଶାରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଆକାଶ ମେଘମୁକ୍ତ ରହିବା ସହିତ ପଶ୍ଚିମା ପବନ ବହିବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସ୍ୱାଭାବିକ ଜୁନ୍‍ ୧୦ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରୁଥିବାବେଳେ ଚଳିତ ବର୍ଷ ପ୍ରାୟ ଗୋଟିଏ ସପ୍ତାହ ବିଳମ୍ବରେ ମୌସୁମୀ ଛୁଇଁଥିଲା । ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ଜୁନ୍‍, ଜୁଲାଇ ଏବଂ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.