fbpx

OSEPA ଜାରି କଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି: ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଜାଣି ରଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ ୧୩ରୁ ଅକ୍ଟୋବର ମାସ ୧୦ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ସମାପ୍ତ ନେଇ ଲକ୍ଷ୍ୟ କରାଯାଇଛି ।

ତେବେ ଏହା ମଧ୍ୟରେ ଓସେପା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ନଭେମ୍ବର ମାସ ୩ ତାରିଖ ଠାରୁ ଏହି ନିଯୁକ୍ତିର ସମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ଆରମ୍ଭ ହେବ । ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ବିଭିନ୍ନ ପରୀକ୍ଷା ତାରିଖ ତଥା ପରୀକ୍ଷା କେନ୍ଦ୍ର ଆବଣ୍ଟନ କରାଯିବ । ପରୀକ୍ଷା ସମ୍ବନ୍ଧୀୟ ସବିଶେଷ ସୂଚନା ଜାଣିବା ପାଇଁ ପ୍ରାର୍ଥୀମାନେ ଓସେପା ୱେବସାଇଟ୍ osepa.odisha.gov.in କୁ ପରିଦର୍ଶନ କରିପାରିବେ ।

ଆସନ୍ତା ୨୨ ତାରିଖ ପରଠାରୁ ପ୍ରାର୍ଥୀମାନେ ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେଥିପାଇଁ ପ୍ରାର୍ଥୀଙ୍କୁ ଓସେପା ୱେବସାଇଟରେ ଉପଲବ୍ଧ ଥିବା ଅନଲାଇନ୍ ଲିଙ୍କକୁ ଯିବାକୁ ପଡ଼ିବ । ନିଜ ନିଜର ଲଗିନ ଆଇଡି ଓ ପାସୱାର୍ଡ ଦେଇ ଇ-ଆଡମିଡ୍ କାର୍ଡ ଡାଉନଲୋଡ୍ କରିହେବ । ଏ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ସମସ୍ତ କାର୍ଯ୍ୟ ଦିବସର ସକାଳ ୧୦ ଘଟିକା ଠାରୁ ଅପରାହ୍ଣ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ । ଏଥିସହିତ ହେଲପ୍ ଡେସ୍କକୁ ମଧ୍ୟ ସମ୍ପର୍କ କରିପାରିବେ । ଯଦି କୌଣସି ବ୍ୟକ୍ତି ଏହି ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦିଅନ୍ତି ବା ଟଙ୍କା ଦାବି କରନ୍ତି ତେବେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନରେ ଯୋଗଯୋଗ କରିବାକୁ କୁହାଯାଇଛି ।

Website Link: https://osepa.odisha.gov.in/webadmin/pdf_link/Information_11_14_31pmee0d82810ad44d6c01b3a4648c8affe3.pdf

 

Get real time updates directly on you device, subscribe now.