ଓଡିଶା ଭାସ୍କର : ଦୁନିଆରେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ୱାରା ଜଙ୍ଗଲ ବା ଫସଲ ନଷ୍ଟ ହେଉଛି । ସହରୀକରଣ ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଚାଷ କରିବା ପାଇଁ ଏବେ ଚାଷ ଜମି ନାହିଁ । ଏହାକୁ ଧ୍ୟାନରେ ରଖି ବୈଜ୍ଞାନୀକ ମାନେ ଏକ ନୂଆ ଉପାୟ ବାଛିଛନ୍ତି । ବିନା ମାଟିରେ କିପରି ଚାଷ ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଆମେ ଆପଣଙ୍କୁ କହିବୁ ବିନା ମାଟିରେ କିପରି ଆପଣ ଚାଷ କରିପାରିବେ ।
ଏହା କିପରି ସମ୍ଭବ । ହାଇଡ୍ରୋପ୍ରୋନିନେକ୍ସ ଏକ ମାଟି । ଏହା ଦ୍ୱାରା ଗଛ ଗୁଡିକ ବଢିଥାଏ । ଏଥିରେ ଭରପୁର ମାତ୍ରାରେ ଅମ୍ଳଜାନ ଥାଏ ଯାହା ଦ୍ୱାରା ଗଛ ବିକାଶ ହେବାରେ ସାହାର୍ଯ୍ୟ କରିଥାଏ । ଏହି ଚାଷ କେବଳ ପାଣି , ବାଲି ଓ ଗୋଡିରେ ଏହି ଚାଷ ହୋଇଥାଏ । ଏହା ସହିତ ଆପଣଙ୍କୁ ଚାଷ ପାଇଁ ଅଧିକ ଭୂମିର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ଏରୋପେନିକ୍ସ ଉପାୟରେ ଗଛର ଚେର ପବନରେ ଲଟକିଥାଏ । ଯାହା ଫଳରେ ଗଛ ବିନା ମାଟିରେ ବଢିଥାଏ । ଏହା ଆଦ୍ର ଜଳବାୟୁରେ ଚାଷ ହୋଇଥାଏ । ଏହି ଚାଷ କରିଥିଲେ ଆପଣଙ୍କୁ ନିୟମିତ ଅନ୍ତରାଳରେ ଗଛର ଚେରରେ ପୋଷକ ତତ୍ୱ ଏବଂ ପାଣି ଛିଞ୍ଚିବାକୁ ପଡିବ ।