fbpx
BJD SKY
BJD SKY

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଓ ସୁନା ଦର, ଆଗକୁ ଆହୁରି ଦର ବଢିବ

BJD

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା ହମାସ। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ହମାସ ଉପରେ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଏହି ଯୁଦ୍ଧରେ ଗାଜା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି । ଅନ୍ୟପଟେ ଉଭୟଙ୍କ ପକ୍ଷରୁ ଯୁଦ୍ଧ ଜାରି ରହିଥିବା ବେଳେ ସମାଧାନର କୌଣସି ବାଟ ଫିଟୁନାହିଁ । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ତେବେ ଏହି ଯୁଦ୍ଧରେ କେବଳ ଦୁଇ ଦେଶ ପ୍ରଭାଭିତ ତାହା ନୁହେଁ ବରଂ ପୃଥିବୀର ସମସ୍ତ ଦେଶ ଏହି ଯୁଦ୍ଧରେ ପ୍ରଭାଭିତ । ବିଶେଷ କରି ଏବେ ସୁନା ଓ ତୈଳ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣିି ।

ଯଦି ଏହି ଯୁଦ୍ଧର ପ୍ରଭାବ ଭାରତ କ୍ଷେତ୍ରରେ ଦେଖାଯାଏ ତେବେ ଦେଶରେ ଧୀରେ ଧୀରେ ସୁନା ଓ ତୈଳ ଦର ବୃଦ୍ଧି ପାଇବାରେ ଲାଗିଲାଣି । ତେବେ ୬ ଅକ୍ଟୋବର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲଗାତର ସୁନା ଦର ବଢି ଚାଲିଛି । ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢିଛି । ସେହିପରି ରୂପା ଦର ମଧ୍ୟ ୨୬୩୬ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଥିବା ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହରେ ସୁନା ୩୫ ପ୍ରତିଶତ ବୃଦ୍ଧି ପାଇଁ ଆଉନ୍ସ ପିଛା ଦର ୫୫ ହଜାର ୩୮୫ ଟଙ୍କାରେ ପହଞ୍ଚିଛି ।

ଅନ୍ୟପଟେ ତେଲ ଦର ମଧ୍ୟ ଉପରମୁହାଁ ହୋଇଛି । ଆଗକୁ ଅଶୋଧିତ ତୈଳ ଦର ଆହୁରି ବଢିବା ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧ ଡଲାର ରହିଛି । ତୈଳ ଦର ବୃଦ୍ଧିକୁ ନେଇ ଦେଶରେ ଦୀର୍ଘଦିନ ହେବ ଅସନ୍ତୋଷ ଲାଗିରହିଥିବା ବେଳେ, ଯଦି ଏବେ ପୁଣି ଦର ବୃଦ୍ଧି ପାଏ ତେବେ ସାଧାରଣ ଜନତା କାହାକୁ ଦୋଷ ଦେବେ ବୋଲି କଥା ଉଠୁଛି । ସେହିପରି ଏହି ଯୁଦ୍ଧ ଅଧିକ ଦିନ ଜାରି ରହିଲେ ଏହା ଭାରତ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ଭାରତୀୟ ଅର୍ଥନୀତି ପ୍ରଭାବିତ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତର ସେୟାର ଓ କ୍ୟାପିଟାଲ ମାର୍କେଟ ଉପରେ ମଧ୍ୟ ଏହା ପ୍ରଭାବ ପଡିବ ।

 

Get real time updates directly on you device, subscribe now.