fbpx

ସମାନ ଲିଙ୍ଗର ଲୋକମାନେ ପରସ୍ପରକୁ ବିବାହ କରିବେ କି? ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଆଜି ଆସିବ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ପାଶ୍ଚାତ୍ୟର କେତେକ ଦେଶ ପରି ସମଲିଙ୍ଗୀ, ଲେସବିୟାନ୍ ଏବଂ ଟ୍ରାନ୍ସଜେଣ୍ଡରଙ୍କ ବିବାହକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯିବ। ଦେଶରେ ସମଲିଙ୍ଗୀ ବିବାହକୁ ନେଇ ନିଷ୍ପତ୍ତି ଶୁଣାଇବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ବିବାହକୁ ଆଇନଗତ ଅଧିକାର ମିଳିବ କି ନାହିଁ, ମଙ୍ଗଳବାର ଅର୍ଥାତ ଆଜି ଅଦାଲତ ଏହାର ରାୟ ଶୁଣାଇବେ । ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାକୁ ନେଇ ୧୦ ଦିନ ପର୍ୟ୍ୟନ୍ତ ଶୁଣାଣୀ କରିଥିଲେ । ଏହାପରେ ବେଞ୍ଚ ମେ’ ୧୧ ତାରିଖରେ ଏହି ଆବେଦନ ଉପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ ନରସିଂହ ସାମିଲ ରହିଛନ୍ତି ।

ଶୁଣାଣି ସମୟରେ କେନ୍ଦ୍ର ଏସସିଙ୍କୁ କହିଛି ଯେ ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ପାଇଁ ଆବେଦନ କରାଯାଇଛି । କିନ୍ତୁ ଏହାର ସାମ୍ବିଧାନିକ ଘୋଷଣା ପାଇଁ କୌଣସି ସଠିକ୍ କାର୍ଯ୍ୟ ହୋଇପାରିବ ନାହିଁ । କାରଣ ଅଦାଲତ ଏହାର ପରିଣାମର ଅନୁମାନ ଲଗାଇବା ସମ୍ଭବ ନୁହେଁ । ଏହାକୁ ପରିକଳ୍ପନା କରିବା କିମ୍ବା ଏହାକୁ ସାମ୍ନା କରିବାରେ ଅଦାଲତ ସକ୍ଷମ ମଧ୍ୟ ହୋଇ ନ ପାରନ୍ତି । ସେପଟେ ୭ଟି ରାଜ୍ୟରୁ ସମଲିଙ୍ଗୀ ବିବାହକୁ ନେଇ ପ୍ରତିକ୍ରିୟା ମିଳିଥିବା କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି । ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନର ବିରୋଧ କରିଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଏହି ମାମଲାର ଶୁଣାଣୀ ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ । ତେବେ ୨୦ ତାରିଖରେ କୋର୍ଟ ରାୟ କହିଥିଲେ ଯେ, ସହମତିରେ ହୋଇଥିବା ସମଲିଙ୍ଗୀ ଶାରୀରିକ ସମ୍ପର୍କ ଅପରାଧର ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ।

ସମଲିଙ୍ଗୀ ଦମ୍ପତିମାନେ ନିଜ ପିଲାମାନଙ୍କର ଯତ୍ନ ନେଉନାହାଁନ୍ତି ବୋଲି ହୋଇଥିବା ଯୁକ୍ତିରେ ବେଞ୍ଚ ସହମତ ନୁହଁନ୍ତି । ଏଥି ସହିତ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସମଲିଙ୍ଗୀ ବିବାହର ମାନ୍ୟତା ପାଇଁ ସହରାଞ୍ଚଳରେ ଆବେଦନ ଦାଖଲ କରାଯିବା ଉଚିତ । ତେବେ ବିବାହର ସ୍ୱୀକୃତି ହେଉଛି ଏକ ଆଇନଗତ କାର୍ୟ୍ୟ, ଯାହା ଉପରେ କୋର୍ଟ ନିଷ୍ପତ୍ତି ନେବାକୁ ବାରଣ କରିବା ଉଚିତ୍।

Get real time updates directly on you device, subscribe now.