fbpx

ଅଧାର କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ, ଦେଶର ଯେଉଁଠିକୁ ଯିବେ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ : ସରକାରଙ୍କ ତରଫରୁ ଗରିବ ଲୋକମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ଉପଲବ୍ଧ କରାଯାଉଛି । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ହେବା ପରେ ଏହି ଲୋକମାନଙ୍କୁ ସରକାରଙ୍କ ସୁବିଧା ଉଠାଇ ପାରୁ ନାହାନ୍ତି । ତେବେ ଏହା ବହୁତ କମ ଲୋକଙ୍କୁ ଜଣା ଆଧାର କାର୍ଡ ମାଧ୍ୟମରେ ୱାନ ନେସନ ୱାନ ରାସନ କରାଯାଇପାରିବ । ଯାହା ଫଳରେ ଗରିବ ଲୋକମାନେ ଏହାର ଫାଇଦା ଉଠାଇ ପାରିବେ ।

ଆଧାରକାର୍ଡ କରିଥିବା ସରକାରୀ ସଂସ୍ଥା UIDAI ସୋସିଆଲ ମିଡିଆ ସାଇଟରେ ଏକ ସୂଚନା ଦେଇ କହିଛନ୍ତି ଆଧାର ମାଧ୍ୟମରେ ୱାନ ଇଣ୍ଡିଆ, ୱାନ ରାସନ କାର୍ଡ ହୋଇ ପାରିବ । ଏହା ଦ୍ୱାରା ଆପଣ ଦେଶର ଯେଉଁ ରାଜ୍ୟକୁ ଗଲେ ମଧ୍ୟ ସେଠାରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଲାଭ ଉଠାଇ ପାରିବେ । ଆଧାର କାର୍ଡକୁ ଅନଲାଇନ ଏବଂ ନିକଟରେ ଥିବା ଆଧାର କେନ୍ଦ୍ରଯାଇ ତାହାକୁ ଅପଡେଟ କରିପାରିବେ ।

୧. ଏଥି ପାଇଁ ଆପଣଙ୍କୁ ଆପଣଙ୍କ ରାଜ୍ୟର ପିଡିଏସ ଅଧିକାରିକ ୱେବସାଇଟକୁ ଯିବାକୁ ପଡିବ ।
୨. ଏହା ପରେ ରାସନ କାର୍ଡ ନମ୍ବର ସେଥିରେ ଦେବାକୁ ପଡିପ ।
୩. ଏହା ପରେ ଆଧାର ନମ୍ବର ଦେବାକୁପଡିବ ।
୪. ଏହା ପରେ ଆପଣଙ୍କ ଆଧାରରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ଦେବାକୁ ପଡିବ । ଏହି ନମ୍ବରରେ ଓଟିପି ଆସିବ ।
୫. ଏହା ପରେ ଆପଣ ଓଟିପି ଦେବେ ଏହା ପରେ ଆପଣ ପୁଣି ଅପଣଙ୍କୁ ଆଧାର ସହିତ ରାସନ କାର୍ଡକୁ ଲିଙ୍କ କରିବାକୁ ପଡିବ ।

Get real time updates directly on you device, subscribe now.