fbpx

RBI ସହାୟକ ପରୀକ୍ଷା ତାରିଖ ବଦଲିଲା: ସମସ୍ତ ଆଶାୟୀଙ୍କ ପାଇଁ ବ୍ୟାଙ୍କ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ସହାୟକ ପଦ ପାଇଁ ଆବେଦନ କରିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସହାୟକ ପଦ ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏନେଇ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ୪୫୦ଟି ସହାୟକ ପଦ ପାଇଁ ଗତ ସେପ୍ଟେମ୍ବର ମାସ ୧୩ ତାରିଖରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିଥିଲା ।

ଆରବିଆଇର ସୂଚନା ମୁତାବକ, ଅନଲାଇନ ପ୍ରିଲିମିନାରୀ ପରୀକ୍ଷା ନଭେମ୍ବର ୧୮ ଓ ୧୯ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଅନଲାଇ ମେନ୍ ପରୀକ୍ଷା ଡିସେମ୍ବର ୩୧ ତାରିଖରେ ହେବ । ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୨୧ ଓ ୨୩ ତାରିଖରେ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ମୁଖ୍ୟ ପରୀକ୍ଷା ଡିସେମ୍ବର ୨ ତାରିଖରେ ହେବା ନେଇ ସ୍ଥିର କରାଯାଇଥିଲା ।

ପ୍ରିଲିମିନାରୀ ପରୀକ୍ଷାରେ ମଲ୍ଟିପଲ ଚଏସର ୧୦୦ଟି ପ୍ରଶ୍ନ ଆସିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ପ୍ରାର୍ଥୀଙ୍କ ୧ ମାର୍କ ମିଳିବ । ଏହି ପରୀକ୍ଷାରେ ଇଂରାଜୀ ଭାଷା, ରିଜୋନିଂ ଦକ୍ଷତା ବିଷୟରୁ ପ୍ରଶ୍ନ ଆସିବ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୬୦ ମିନିଟ୍ ସମୟ ଦିଆଯିବ । ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷା ପାସ କରିବା ପରେ ମୁଖ୍ୟ ପରୀକ୍ଷା ଦେବେ । ସେଥିରେ ପାସ କରିବା ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଏହି ପରୀକ୍ଷାରେ ସିଲେକ୍ଟ ହେବା ପରେ ପ୍ରାର୍ଥୀଙ୍କୁ ପ୍ରତି ମାସରେ ୪୭,୮୪୯ ଟଙ୍କା ବେତନ ପ୍ରଦାନ କରାଯିବ ।

ଅଫିସିଆଲ ଲିଙ୍କ: https://opportunities.rbi.org.in/scripts/bs_viewcontent.aspx?Id=4326

Get real time updates directly on you device, subscribe now.