fbpx

ଗରବା ନୃତ୍ୟ ଲାଗି ଆଧାର କାର୍ଡ ସହିତ ତିଳକ ଲଗାଇବା ଜରୁରୀ, କାହିଁକି ଏପରି ନିୟମ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ଏବେ ନବରାତ୍ରୀ ପର୍ବର ଆନନ୍ଦ ଉଠାଇବାରେ ମଜ୍ଜି ରହିଛି । ଦେବୀ ମା’ଙ୍କୁ ପ୍ରସନ୍ନ କରିବା ଲାଗି ଲୋକମାନେ ପେଣ୍ଡାଲରେ ଗରବା ନୃତ୍ୟ ବି କରୁଛନ୍ତି । ତେବେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ଲଭ ଜିହାଦ ପରି ଘଟଣାକୁ ରୋକିବା ଲାଗି ମହାକାଳ ନଗର ଉଜୈନରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଗରବା ଆୟୋଜକ ଏହି ନୃତ୍ୟ ପେଣ୍ଡାଲକୁ ଅଣହିନ୍ଦୁମାନଙ୍କ ପ୍ରବେଶ ରୋକିବା ଲାଗି ନବରାତ୍ରୀ ସମାରୋହରେ ସେମାନଙ୍କ ପ୍ରବେଶ ଉପରେ ବ୍ୟାନ୍ ପୋଷ୍ଟର ଲଗାଇଛନ୍ତି ।

ସେ ଦାବୀ କରିଛନ୍ତି ଲଭ୍ ଜିହାଦକୁ ରୋକିବା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଆୟୋଜନ କମିଟିର ସଦସ୍ୟ ଆଧାର କାର୍ଡ ଯାଞ୍ଚ କରିବା ପରେ ଲୋକଙ୍କୁ ପ୍ରବେଶ ଅନୁମତି ଦେଉଛନ୍ତି । ଏହି ନିୟମକୁ ନେଇ ଉଜୈନ ପୋଲିସର ବି କୌଣସି ସମସ୍ୟା ନାହିଁ । ପୋଲିସ କହିଛି ଏହା ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ଓ ସେମାନେ କାର୍ଯ୍ୟକ୍ରମକୁ ପ୍ରବେଶ ଲାଗି ପାସ୍ ଜାରି କରିଛନ୍ତି । ଏଥିରେ ଆମର କୌଣସି ଆପତ୍ତି ନାହିଁ ।

ଏହା ବ୍ୟତିତ ଆୟୋଜକ ସଂକଳ୍ପ ସଂସ୍କୃତି ସଂସ୍ଥା ମଧ୍ୟ ଆଉ ଏକ ନିୟମ ଲାଗୁ କରିଛି । ଗରବାରେ ଭାଗ ନେବାକୁ ଯାଉଥିବା ସବୁ ପୁରୁଷଙ୍କୁ ତିଳକ ଲଗାଇ ସ୍ୱାଗତ କରାଯିବ । ସଂସ୍ଥାର ଅଧ୍ୟକ୍ଷ କହିଛନ୍ତି ଅଣହିନ୍ଦୁ କେବେ ବି ତିଳକ ଲଗାଇବେ ନାହିଁ ଓ ଏହାଦ୍ୱାରା ସେମାନଙ୍କ ଛଦ୍ମବେଶ ଧରାପଡିଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇନ୍ଦୋର–ଉଜୈନ ରୋଡ୍ ସ୍ଥିତ ନାନାଖେଡାରେ ପ୍ରତିବର୍ଷ ସାର୍ବଜନିକ ଭାବରେ ଗରବା ଆୟୋଜନ କରାଯାଇଥାଏ । ଏହି ସମାରୋହକୁ ୫୦୦୦ରୁ ଅଧିକ ଲୋକ ଆସିଥାନ୍ତି ।

Get real time updates directly on you device, subscribe now.