fbpx

Video : କୁକୁରର ଦୁଃସାହାସିକ କାର୍ଯ୍ୟ, ୫ ମହଲାରୁ ଡେଇଁ ଦେଖାଇଲା କରାମତି

ନୂଆଦିଲ୍ଲୀ : ଆପଣ ମାନେ ଫିଲ୍ମରେ ଦେଖିଥିବେ ହୀରୋ ଏକ ଉଚ୍ଚା କୋଠାରୁ ଡେଇଁ ସିଧା ମାଟି ଉପରେ ଠିଆ ହେଉଛି । ଏପରି କରିବା ଦ୍ୱାରା ତାକୁ କିଛିି କ୍ଷତି ହେଉନି । କିଛି ଟା ଫିଲ୍ମରେ ଜୀବଜନ୍ତୁ ମାନଙ୍କୁ ବି ଏଭଳି ଉଚ୍ଚା କୋଠାରୁ ତଳକୁ ଡେଇଁବାର ଦୃଶ୍ୟ ଆପଣ ଦେଖିଥିବେ । କିନ୍ତୁ ବାସ୍ତବରେ ମଣିଷ ହେଉ କିମ୍ବା ପଶୁ ଏତେ ଉଚ୍ଚରୁ ଡେଇଁବା ଦ୍ୱାରା ସେମାନଙ୍କ ହାଡ ଭାଙ୍ଗି ଯିବ, ନଚେତ ମୃତ୍ୟୁ ହୋଇଯିବ । କିନ୍ତୁ ବର୍ତ୍ତମାନ ଏକ କୁକୁରର ଭିଡିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୋଟିଏ କୁକୁର ଫିଲ୍ମର ସିନକୁ ସତରେ ପରିଣତ କରିଛି । ଗୋଟିଏ କୁକୁର ଏକ ଉଚ୍ଚା କୋଠାରୁ ଡେଇଁବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ନିଜକୁ ବହୁତ ମଜବୁତ ପ୍ରମାଣିତ କରିଛି । ଇନଷ୍ଟାଗ୍ରାମ ଆକାଉଣ୍ଟ @memeschalle ରେ ଏହି ଭିଡିଓଟି ପୋଷ୍ଟ ହୋଇଛି । କୁକୁରଟି ୫ ମହଲା ଉପରୁ ଏପରି ଡେଇଁଲା, ଯେପରି ଆଗରୁ ତା’ର ଅଭ୍ୟାସ ଅଛି । ଏହି ଭିଡିଓ ଦେଖି କିଛି ସମୟ ପାଇଁ ଏପରି ଲାଗିଲା ଯେମିତି ବଞ୍ଚିବ ନାହିଁ । ଏକ ନିଆରା ଢଙ୍ଗରେ ମହଲାରୁ ଡେଇଁ ଦୌଡି ପଳାଇଲା ।

Get real time updates directly on you device, subscribe now.