fbpx

ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଫତେପୁର,୧୫ା୧୨: ହାଇଦ୍ରାବାଦରେ ଯୁବତୀଙ୍କୁ ଗଣଦୁର୍ଷ୍କମ କରିବା ପରେ ଅଭିଯୁକ୍ତମାନେ ଜିଅନ୍ତା ଜାଳିଦେଇଥିବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମନରୁ ନଲିଭିବା ପୂର୍ବରୁ ଆଜି ଆଉ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି । ଏହିଭଳି ଘଟଣାଟି ଉତ୍ତରପ୍ରଦେଶର ଫତେପୁରରେ ଘଟିଛି । ସେଠାରେ ଯୁବତୀ ଜଣକ ଏକା ଘରେ ଥିବା ବେଳେ ସମ୍ପର୍କୀୟ ଯୁବକ ଘରେ ପସି ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ କିରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । ଯୁବତୀ ଜଣକ ଚିତ୍କାର କରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲେ । ପରେ ପଡ଼ୋଶୀ ଲୋକ ଆସି ନିଆଁ ଲିଭାଇବା ପରେ ସେ ଗୁରୁତର ହୋଇଯାଇଥିବାରୁ ଡ଼ାକ୍ତରଖାନା ନେଇଯାଇଥିଲେ । ନିଆଁ ଲିଭାଇବା ବେଳକୁ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରିବା ସାଙ୍ଗକୁ ଅଭିଯୁକ୍ତକୁ ଶୀଘ୍ର ଧରିବା ପାଇଁ ପ୍ରୟାସ କରୁଛି ।

Get real time updates directly on you device, subscribe now.