fbpx

ସର୍ଭେରୁ ହେଲା ଖୁଲାସା : ୮୬% ଭାରତୀୟଙ୍କ ଚାପର ମୁକାବିଲା ପାଇଁ ସଙ୍ଗୀତ ଏକ ବିକଳ୍ପ

ଭୁବନେଶ୍ୱର : ଆଇଟିସିର ଫିଲ ଗୁଡ ୱିଥ୍ ଫିଆମା ମେଣ୍ଟାଲ ୱେଲବିଙ୍ଗ ସର୍ଭେ ପ୍ରକାଶ ପାଇଛି । ୩ ବର୍ଷ ପର୍ଯ୍ୟନ୍ତ ଏହାର ରିସର୍ଚ୍ଚ ଚାଲିଥିବା ବେଳେ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏହା ପ୍ରକାଶ ପାଇଛି । ତେବେ ଏହି ସର୍ଭେରୁ ଜଣାପଡ଼ିଛି ଯେ, ୮୬% ଭାରତୀୟଙ୍କ ଚାପ ଓ ନକାରତ୍ମକତା ସହ ଲଢିବା ପାଇଁ ସଂଙ୍ଗୀତ ଏକ ପସନ୍ଦର ବିକଳ୍ପ ପାଲଟିଛି । ଅନ୍ୟପଟେ ସର୍ଭେରୁ ଏହା ବି ଜଣାପଡିଛି ଯେ, କେତେକ ଲୋକ ଚାପ ଓ ବର୍ଦ୍ଧିତ ବ୍ୟଗ୍ରତାର ଭିନ୍ନ କାରଣ ପରେ ବି ୫୧% ଭାରତୀୟ ଏକ ଚିକିତ୍ସା ବିକଳ୍ପ ରୂପେ ଅନଲାଇନ କାଉନସେଲିଂକୁ ଚୟନ କରିଥାନ୍ତି । ତେବେ ଏହି ସର୍ଭେରେ ମାନସିକ ସୁସ୍ଥତା ଓ ମାନସିକ ସ୍ୱାସ୍ଥ୍ୟ ଦିଗରେ ଯୁବ ଭାରତୀୟମାନଙ୍କ ପରିବର୍ତ୍ତିତ ଆଭିମୁଖ୍ୟକୁ ଠିକ ଭାବରେ ବୁଝିବା ପାଇଁ ରୋଚକପୂର୍ଣ୍ଣ ତଥ୍ୟ ସବୁ ଆସିଛି ।

ଆଇଟିସିର ଫିଲ ଗୁଡ ୱିଥ୍ ଫିଆମା ମେଣ୍ଟାଲ ୱେଲବିଙ୍ଗ ସର୍ଭେଟି ନିଲସେନଆଇକ୍ୟୁ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ସର୍ଭେରେ ମାନସିକ ସ୍ୱାସ୍ଥ୍ୟ ଦିଗରେ ଜେଜ୍‌ଜି ଓ ମିଲେନିଆଲ୍‌ଙ୍କ ବିଶ୍ୱାସ, ଆଚରଣ, ପ୍ରମୁଖ ଷ୍ଟ୍ରେସର ଓ ଡି-ଷ୍ଟ୍ରେର୍ସଗୁଡିକ ଅନ୍ତର୍ଭୁକ୍ତୁ କରିଛି । ଏହି ସର୍ଭେରେ ସାମିଲ ୮୨% ଉତ୍ତରଦାତା ଅନୁଭବ କରୁଛନ୍ତି ଯେ, ଟିଣି/ଓଟିଟି କଣ୍ଟେଣ୍ଟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ବିଚାରଧାରାକୁ ପ୍ରଭାବିତ କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ହୋଇପାରେ । ତେବେ ସର୍ଭେରୁ ଜଣାପଡିଛି ଯେ, ୭୭% ଲୋକଙ୍କ ବିଶ୍ୱାସ ଟିଭି/ଓଟିଟି କଣ୍ଟେଣ୍ଟ ଆମର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାକୁ ପରିଚାଳିତ କରିପାରେ ।

ଅନ୍ୟପଟେ ୭୮% ଭାରତୀୟ ବିଶ୍ୱାସ କରୁଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟର ନାଟକିୟ ଉପସ୍ଥାପନା ଲୋକମାନେ ଚିକିତ୍ସା ଗ୍ରହଣ କରିବା ଆବଶ୍ୟକ । ଏହା ବ୍ୟତୀତ ୭୯% ଲୋକ ଅନୁଭବ କରୁଛନ୍ତି ଯେ, ଚଳିଚିତ୍ର ଦ୍ୱାରା ମାନସିକ ଅବସ୍ଥାରେ ସକାରାତ୍ମକ ଚିତ୍ରଣ ରହିଥିବା ଅପବାଦ ଓ ଭୁଲଧାରଣାକୁ ଦୂର କରିବାରେ ସାହାର୍ଯ୍ୟ କରିପାରିବ । ତେବେ ୮୧% ଲୋକଙ୍କ ମତରେ ସେଲିବ୍ରିଟିମାନେ ମାନସିକ ସ୍ୱାସ୍ଥ୍ୟର ସମର୍ଥକ ଭାବେ ଦୃଢ ପ୍ରଭାବ ସୃଷ୍ଟି କରିପାରିବେ ।

Get real time updates directly on you device, subscribe now.