fbpx

ଆଜିଠାରୁ ଗୋଟିଏ ସପ୍ତାହ ଲାଗି ହାଇକୋର୍ଟ ବନ୍ଦ: ସ୍କୁଲ ବନ୍ଦ ପାଇଁ ମଧ୍ୟ ହୋଇଛି ଘୋଷଣା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଦଶହରା ଅବକାଶ ଦୃଷ୍ଟିରୁ ଆଜିଠାରୁ ଗୋଟିଏ ସପ୍ତାହ ଲାଗି ହାଇକୋର୍ଟ ବନ୍ଦ ରହିବ । ୩୦ ତାରିଖରେ ପୁନର୍ବାର କୋର୍ଟ ଖୋଲିବ । ତେବେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍‍ ଖୋଲା ରହିବ । ତେବେ ୨୬ ଏବଂ ୨୭ ତାରିଖ ଦିନ କୋର୍ଟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାପାଇଁ ବାଧ୍ୟତାମୂଳକ କରାଯାଇଛି । ଏହିସବୁ ଦିନଗୁଡ଼ିକରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କୋର୍ଟ ଅଫିସ କାର୍ଯ୍ୟ କରିବ । ସେହିଭଳି ଦୁର୍ଗାପୂଜା ପାଇଁ ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା ପାଇଁ ଘୋଷଣା କାଯାଇଛି ।

ରାଜ୍ୟର ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ଆଜି ମହାଷଷ୍ଠୀ ପୂଜା ଅନୁଷ୍ଠିତହେଉଛି । ତେବେ ଗତକାଲି ସମସ୍ତ ଦେବୀପୀଠରେ ଷଷ୍ଠୀ ପୂଜା ସମ୍ପନ୍ନହୋଇଛି । ଦୁର୍ଗାପୂଜା ସମୟରେ କଟକ ଓ ଭୁବନେଶ୍ୱରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଥିବା ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । କଟକରେ ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ୍‍ ଫୋର୍ସ ଓ ଭୁବନଶ୍ୱେରରେ ୩୧ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯିବ ।

ଆଜିଠାରୁ କଟକ ସହରରେ ୱାନ୍‍ ୱେ ଟ୍ରାଫିକ୍‍ କଟକଣା ଲାଗୁହେବ । ଏହି କଟକଣା ଆସନ୍ତା ୨୪ ତାରିଖ ଦଶମୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ପ୍ରତିଦିନ ଏହି କଟକଣା ଅପରାହ୍ଣ ୪ଟାରୁ ରାତି ୧୨ଟା ଯାଏ ବଳବତ୍ତର ରହିବ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବା ମା’ ବିରଜାଙ୍କ ପୀଠରେ ଚାଲିଥିବା ଷୋଡ଼ଶ ଦିବସୀୟ ଦୁର୍ଗାପୂଜା ଓ ନବଦିନ ବ୍ୟାପୀ ରଥଯାତ୍ରା ଅବସରରେ ଗତକାଲି ସନ୍ଧ୍ୟାରେ ପାଞ୍ଚଦିବସୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଘାଟିତ ହୋଇଛି ।

Get real time updates directly on you device, subscribe now.