fbpx

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର: ଏହି ମାସରୁ ଆରମ୍ଭ ହେବ ବୁକିଂ

ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ ବଢାଇବା ସହ ବିମାନ ଉଡାଣକୁ ମଧ୍ୟ ବନ୍ଦ ରଖିଛନ୍ତି ସରକାର । ଏହାରି ମଧ୍ୟରେ କିଛି ଏୟାରଲାଇନ୍ସ କମ୍ପାନୀ ଜୁନ ମାସରୁ ବିମାନ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି ବୋଲି ସୂତ୍ରରୁ ଖବର ମିଳିଛି । ଲକ୍-ଡାଉନ କାରଣରୁ ମାର୍ଚ୍ଚ ୨୫ରୁ ସମସ୍ତ ଘରୋଇ ଓ ଅର୍ନ୍ତରାଷ୍ଟ୍ରୀୟ ବିମାନ ସେବା ମେ ୩୧ ପର୍ଯ୍ୟନ୍ତ ବନ୍ଦ ରହିଛି, କିନ୍ତୁ ସେଗୁଡିକର ପରିଚାଳନା ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶାନାମା ଜାରି ହୋଇନାହିଁ । ସୂତ୍ରରୁ ମିଳିଥିବା ଖବର ମୁତାବକ, ଘରୋଇ ବିମାନ କମ୍ପାନୀ ଗୁଡିକ ଜୁନରୁ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି । ଲହା ସହ ଅର୍ନ୍ତରାଷ୍ଟ୍ରୀୟ ଉଡାଣ ପାଇଁ୧୫ ଜୁନରୁ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କିନ୍ତୁ ବୁକିଂ ନେଇ ସ୍ପାଇସଜେଟ, ଇଣ୍ଡିଗୋ, ବିସ୍ତାରା ଓ ଗୋଏୟରର ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.