fbpx

ପାର୍ବଣ ପାଇଁ ଟ୍ୱିନସିଟିରେ ଅସମ୍ଭାଳ ଭିଡ଼: ଫସିଛନ୍ତି ଲୋକ, ଆଉ ସମ୍ଭାଳି ପାରୁନାହାଁନ୍ତି ଟ୍ରାଫିକ୍ ପୋଲିସ୍

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଦୁର୍ଗାପୂଜା ପାଇଁ ସବୁ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ । ‌ ଦଶହରା ଭିଡ଼କୁ ନିୟନ୍ତ୍ରଣ କରିବାଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନାର ତାଲିକା ଘୋଷଣା କରା ଯାଇଥିଲା। ଟ୍ରାଫିକ୍‌ ନିୟନ୍ତ୍ରଣଠୁ ଆରମ୍ଭ କରି ଜାମ୍‌ ସ୍ଥିତିକୁ ଏଡ଼ାଇବା ବାବଦରେ ଅନେକ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଆଜି ସବୁ କିଛି ଫସର ଫାଟିଗଲା ଭଳି ମନେ ହେଉଛି। ରାଜଧାନୀ ସମେତ କଟକର ବିଭିନ୍ନ ରାସ୍ତାରେ ବି ଅସମ୍ଭବ ଟ୍ରାଫିକ୍ ସମସ୍ୟା ଦେଖାଯିବା ସାଙ୍ଗକୁ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍‌ ସୃ‌ଷ୍ଟି ହେବାର ଦେଖିବାକୁ ମିଳୁଛି। ମନେ ହେଉଛି, ଯେମିତି ସହରର ସବୁ ଲୋକ ରାସ୍ତା ଉପରକୁ ବାହାରି ଆସିଛନ୍ତି । ରବିଟକିଜ୍ ଠାରୁ ରସୁଲଗଡ଼, କେବଳ ଏହି ରାସ୍ତା ନୁହେଁ, ବା‌ଣୀବିହାରରୁ ଶିଶୁ ଭବନ,‌ ଜୟଦେବ ବିହାରରୁ ପଟିଆ, ବରମୁଣ୍ଡାରୁ ପଳାଶୁଣୀ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଆଦି ରାସ୍ତାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ‌ସେହିଭଳି ଓମପି ଠାରୁ ଚାଉଳିଆଗଞ୍ଜ ପର୍ଯ୍ୟନ୍ତ, ଖାନ ନଗର ଠାରୁ ଲିଙ୍କ ରୋଡ୍ ଯାଏଁ ସବୁଠି ଟ୍ରାଫିକ ସମସ୍ୟା । ‌

Get real time updates directly on you device, subscribe now.