fbpx
BJD SKY
BJD SKY

ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ: ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ

BJD

ସନାତନ ଧର୍ମରେ କାର୍ତ୍ତିକ ମାସର ରହିଛି ଖାସ୍ ମହତ୍ତ୍ୱ । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସକୁ ବର୍ଷର ସବୁଠୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚତୁର୍ମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ମଧ୍ୟ ରହିଥାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ବିବାହ କରିବା ସର୍ବୋତ୍ତମ ରହିଥାଏ । ଏହି ମାସରେ ଦୀପଦାନ ଏବଂ ଦାନ କରିବା ଦ୍ୱାରା ଅକ୍ଷୟ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର କିଛି ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ଏହି ସବୁ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ । ଏହି ମାସ ସହ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ମଧ୍ୟ ଗଭୀର ସମ୍ବନ୍ଧ ରହିଛି । ପୌରାଣିକ ତତ୍ତ୍ୱ ଅନୁସାରେ ଏହି ମାସ ସ୍ୱାମୀ କାର୍ତ୍ତିକେୟ ଏବଂ ନରାୟଣଙ୍କୁ ସମର୍ପଣ କରାଯାଇଥାଏ । ଏହା ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ରାତିରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସି ସମ୍ପୂର୍ଣ୍ଣ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ନିଦ୍ରା ତ୍ୟାଗ ପୂର୍ବରୁ ସାରା ସୃଷ୍ଟିର ବ୍ୟବସ୍ଥା ଦେଖିଥାନ୍ତି । ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି । ପରେ ଯୋଗ ନିଦ୍ରାରୁ ଉଠି ସମଗ୍ର ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା କରନ୍ତି ।

କାର୍ତ୍ତିକ ମାସରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ଏବଂ ଭକ୍ତଙ୍କୁ ଅପାର ଧନ ଉପହାର ଦିଅନ୍ତି । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପ୍ରତି ମାସରେ ଧନ ତ୍ରୟୋଦଶୀ, ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଏ । ଏହି ମାସରେ ବିଶେଷ ପୂଜା କରିବା ଦ୍ୱାରା ମହାଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହୁଏ । ସ୍କନ୍ଧ ପୁରାଣ ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ କରି ଭଗବତ ଗୀତା, ସତ୍ୟନାରାୟଣ ବ୍ରତ କଥା ଏବଂ ଗୀତାପାଠ ସହିତ ବିଷ୍ଣୁ ସହସ୍ର ନାମ ପାଠ ତଥା ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରିବା ଦ୍ୱାରା ପ୍ରାଣୀ ପାପମୁକ୍ତ ହୋଇ ଭଗବାନ ବିଷ୍ଣୁଙ୍କ କୃପା ଲାଭ କରିଥାଏ । ତେଣୁ ମାସ ଭିତରେ ଏହା ସର୍ବଶେଷ୍ଠ ହୋଇଥାଏ ।

Get real time updates directly on you device, subscribe now.