ଭୁବନେଶ୍ୱର,୧୯/୫(ଓଡିଶା ଭାସ୍କର):ଗତ ୧୮ ତାରିଖରେ ଲକ ଡାଉନ ୪.୦ ଆରମ୍ଭ ହୋଇଛି।ଏହି ଲକ ଡାଉନ ୪.୦ ରେ ରାଜଧାନୀରେ କଣ ଖୋଲିବ, କଣ ବନ୍ଦ ରହିବ ସେନେଇ ଗାଇଡ୍ ଲାଇନ ଜାରି ହୋଇଛି। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଅନ୍ଲାଇନରେ ପାଠ ପଢ଼ା ହେବ, ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ, ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ରହିିିବ।
ସ୍ପୋର୍ଟ୍ସ କଂପ୍ଲେକ୍ସ, ଷ୍ଟାଡିଅମ ଖୋଲା ରହିବ କିନ୍ତୁ ଦର୍ଶକ ଯାଇପାରିବେନି। ସେଲୁନ, ପାର୍ଲର ଖୋଲିବ, ମାସ୍କ ଓ ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳକ, ଜଳଖିଆ ଦୋକାନ ଖୋଲିବ, ହେଲେ ଦୋକାନରେ ଖାଇବା ମନା, ଔଷଧ ଦୋକାନକୁ ଛାଡ଼ି ଅନ୍ୟ ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୬:୩୦ ଯାଏ ଖୋଲିବ ବୋଲି ସୂଚନା ମିଳିଛି।