fbpx

Breaking; ଦିୱାଲୀରେ ଟ୍ୱିନ ସିଟିର ଦୁର୍ଦ୍ଦଶା: ପ୍ରଦୂଷଣରେ ସୃଷ୍ଟି ହେଲା ଲଜ୍ଜାଜନକ ରେକର୍ଡ

ଭୁବନେଶ୍ୱର: ଦୀପାବଳିରେ ଏକ ବଡ଼ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ଓଡ଼ିଶାର ଟ୍ୱିନ ସିଟି କଟକ-ଭୁବନେଶ୍ୱର । ବାଣ ଧୂଆଁରେ ଟ୍ୱିନ ସିଟିର ଆକାଶ ଅଦୃଶ୍ୟ ସମାନ ହୋଇଯାଇଛି । ତେବେ ଚଳିତବର୍ଷର ଦୀପାବଳି ଟ୍ୱିନ ସିଟିରେ ପ୍ରଦୂଷଣରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ମାତ୍ର କେଇ ଘଣ୍ଟାରେ ପ୍ରଦୂଷଣ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ରେକର୍ଡ ସ୍ତରରେ ପହଞ୍ଚିଛି । ଗତକାଲି ରାତି ଗୋଟାଏ ସୁଦ୍ଧା ଏହି ରେକର୍ଡ ଛୁଇଁଛି ଟ୍ୱିନ ସିଟିର ବାୟୁମଣ୍ଡଳ ।

ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣ ମାତ୍ରା ୯୯୯ରେ ପହଞ୍ଚିଛି । ସେହିପରି ରାତି ଗୋଟାଏରେ ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୬୭୬ରେ ପହଞ୍ଚି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି । ଏହାବ୍ୟତୀତ ସିଲଭର ସିଟି କଟକରେ ମଧ୍ୟ ପ୍ରଦୂଷଣ ଖୁବ ବୃଦ୍ଧି ପାଇଥିବା ଦେଖାଯାଇଛି । ପ୍ରଦୂଷଣ ସ୍ତର ୮୮୨ରେ ପହଞ୍ଚିଥିବା ବେଳେ ବାୟୁମଣ୍ଡଳ ସାରା ଧୂଆଁ ବ୍ୟାପି ଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଦିୱାଲୀରେ ବାଣ ଫୁଟାଇବା ପାଇଁ ବାରଣ କରାଯାଇ ଥିବା ବେଳେ ଏହି ନିୟମକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ରାଜ୍ୟବାସୀ । ରାତି ତମାମ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଖୁବ ବୃଦ୍ଧି ପାଇଛି ।

Get real time updates directly on you device, subscribe now.