fbpx

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୨୦ରେ ଯାଜପୁର ଜିଲ୍ଲାରେ ଘଟିଥିଲା ଏକ ଲୋମହର୍ଷକ ଘଟଣା । ଏଠାରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କୁ ପୋଡି ମାରି ଦିଆଯାଇଥିଲା । ଏହି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାୟ ଶୁଣାଇଛନ୍ତି । ମାମଲାରେ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରା ଜଜ୍ । ଏହା ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କଳିଙ୍ଗନଗର ଥାନା ସୁରେଇସାଇରେ ଘଟିଥିଲା ଏହି ଅମାନବୀୟ ହତ୍ୟାକାଣ୍ଡ । ୩ ବର୍ଷ ପରେ ଜିଲ୍ଲା ଦୌରା ଜଜ୍ ଏହି ମାମଲାରେ ନିଜର ରାୟ ଶୁଣାଇଛନ୍ତି ।

Get real time updates directly on you device, subscribe now.