fbpx

ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପ, ୨୬ରେ ସୃଷ୍ଟି ହୋଇ ୨୭ରେ ଅବପାତର ରୂପ ନେବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଦିଆଯାଇଛି । ଏହି ଲଘୁଚାପ ୨୬ତାରିଖରେ ସୃଷ୍ଟି ହେବ ଓ ୨୭ରେ ଅବପାତର ରୂପ ନେବ । ଆସନ୍ତା ୨୫ରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏହା ସୃଷ୍ଟି ହେବ ।

୨୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହା କିପରି ରୂପ ନେବ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.