ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଦିନ ପୋଞ୍ଜି ଯୋଜନା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଇଛି। ଏହାପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ଅବସ୍ଥିତ ପ୍ରଣବ ଜୁଏଲର୍ସ ପରିସରରେ ଇଡି ଚଢ଼ାଉ କରିଥିଲା। ଏଜେନ୍ସି ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ପ୍ରକାଶ ରାଜଙ୍କୁ ପଚରାଉଚରା କରିବ। ପ୍ରକାଶ ରାଜ ପ୍ରଣବ ଜୁଏଲର୍ସ ପାଇଁ ବିଜ୍ଞାପନ କରନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ୫୮ ବର୍ଷୀୟ ପ୍ରକାଶ ରାଜ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଭାବରେ କାର୍ଯ୍ୟ କରିଛନ୍ତି। ଆସନ୍ତା ସପ୍ତାହରେ ତାଙ୍କୁ ଚେନ୍ନାଇରେ ଇଡି ଆଗରେ ହାଜର ହେବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ରାଜ ବିଜେପି ସମାଲୋଚକ ଅଟନ୍ତି।
ବୁଧବାର ଫେଡେରାଲ ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ, ପୋଲିସର ଅଭିଯୋଗ ଅନୁଯାୟୀ ପ୍ରଣବ ଜୁଏଲର୍ସ ଏବଂ ଅନ୍ୟମାନେ ଉଚ୍ଚ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ସୁନା ବିନିଯୋଗ ଯୋଜନା ନାମରେ ଜନସାଧାରଣଙ୍କଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ବାସ୍ତବରେ, ଇଡିର କାର୍ଯ୍ୟ ତାମିଲନାଡୁ ପୋଲିସ୍ ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EoW) ର FIR ଉପରେ ଆଧାରିତ।
ED summons actor Prakash Raj for questioning in ponzi scam-linked money laundering case against Trichy-based jewellery group: Officials
— Press Trust of India (@PTI_News) November 23, 2023