କୃଷ୍ଣଙ୍କ ଭକ୍ତିରେ ଦିଲ୍ଲୀରୁ ବୃନ୍ଦାବନ ଆସିଲା ଯୁବତୀ, ରିକ୍ସା ଚାଳକ ସହ ହୋଇଗଲା ପ୍ରେମ, ଏବେ କାହାଣୀରେ ପୋଲିସର ଏଣ୍ଟ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ଯୁବତୀ ଭଗବାନ କୃଷ୍ଣଙ୍କ ଭକ୍ତିରେ ଏତେ ଭାବବିହ୍ୱଳ ହୋଇଗଲେ ଯେ, ସିଧା ରାଜଧାନୀରୁ ବୃନ୍ଦାବନ ପହଁଚିଗଲେ । ବୃନ୍ଦାବନରେ ରହୁଥିବା ବେଳେ ଜଣେ ରିକ୍ସା ଚାଳକଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହି ଭେଟ ହେବା ବେଳେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାର କିଛି ଦିନ ମଧ୍ୟରେ ସେହି ଦୁଇଜଣ ବିବାହ ସଂପର୍କରେ ବାନ୍ଧି ହୋଇଥିଲେ । ହେଲେ ବିବାହର କିଛି ଦିନ ଯାଇନି ଯୁବତୀଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଲା ।
ବିବାହର କିଛି ଦିନ ପରେ ଜଣାପଡିଲା ଯେ, ସେହି ଯୁବକ ଜଣକ ପୂର୍ବରୁ ବିବାହିତ । ସେହି ଦୁଇ ଜଣ ମନ୍ଦିରରେ ବିବାହ କରିଥିଲେ, ହେଲେ ସେହି ଯୁବକଜଣକ ବିବାହିତ ବୋଲି ପରେ ଜଣାପଡିଲା । ଅଭିଯୋଗ ପରେ ପୋଲିସ ଯୁବକଙ୍କ ବିରୋଧରେ କେସ ଦାଖଲ କରି ମାମଲାର ତଦନ୍ତ ଚଳାଇଛି ।
ଦିଲ୍ଲୀରେ ରହୁଥିବା ନିର୍ମଳା ପୂତ୍ରୀ ଲୂଟ୍ଟନ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଏତେ ପରିମାଣରେ ଲୀନ ହୋଇଯାଇଥିଲେ ଯେ, ସେ ବୃନ୍ଦବନ ଯାଇ ରହୁଥିଲେ । ଏହି ସମୟରେ ସେ ଜଣେ ରିକ୍ସା ଚାଳକଙ୍କୁ ପ୍ରେମ କରି ବିବାହ କରିଥିଲେ । ହେଲେ ପରେ ସେହି ରିକ୍ସା ଚାଳକ ଜଣେ ବିବାହିତ ବ୍ୟକ୍ତି ବୋଲି ଯୁବତୀଙ୍କୁ ଜଣାପଡିଲା । ସେ ପ୍ରଥମ ସ୍ତ୍ରୀ ଠାରୁ ଛାଡପତ୍ର ନେଇଛନ୍ତି ଏବଂ ସେମାନଙ୍କ କେସ ବର୍ତ୍ତମାନ କୋର୍ଟରେ ଚାଲୁଛି ।
ଏହି ସୂଚନା ପାଇବା ପରେ ଯୁବତୀ ଜଣକ କୋତବାଲୀରେ ପହଁଚି ପୋଲିସ ଥାନାରେ ଏଫଆଇଆଇ ଦାଖଲ କରିଲେ । ସେ ଅଭିଯୋଗ କରିଛନ୍ତି ଯେ, ସେ ବିବାହ ପରେ ତାଙ୍କ ସ୍ୱାମୀ ମାରପିଟ କରୁଛନ୍ତି ଏବଂ ଧମକ ଦେଉଛନ୍ତି ।