fbpx

ଆଜିଠୁ ଜିରୋ ଫାଟାଲିଟି ୱିକ: ପ୍ରଥମ ଦିନରେ ଦୁର୍ଘଟଣାରେ ଗଡ଼ିଲା ୯ ମୁଣ୍ଡ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଜିରୋ ଫାଟାଲିଟି ୱିକ । ଚଳିତ ବର୍ଷ ପୁଣିଥରେ ଡିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହାକୁ ପାଳନ କରାଯିବ । ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଏଡ଼ାଇବାକୁ ରାଜ୍ୟ ପରିବହନ ବିଭାଗ ଏହି ନିଷ୍ପତ୍ତି ନେଇଛି । ତେବେ ଏ ନେଇ ଜିଲ୍ଲାପାଳ, ଏସପି ଏବଂ ଧଓଡଙ୍କୁ ପରିବହନ ବିଭାଗ ଖଡଢ ଜାରି କରିଛି ।

ଗୋଟିଏ ପଟେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା ପାଇଁ ସରକାର ଏହି ଜିରୋ ଫାଟାଲିଟି ୱିକ ପାଳନ କରୁଛନ୍ତି । ଅନ୍ୟପକ୍ଷରେ ଜିରୋ ଫାଟାଲିଟି ୱିକର ପ୍ରଥମ ଦିନରେ ହିଁ ୨ ବଡ଼ ଦୁର୍ଘଣାର ଖବର ଆସିଛି । ତେବେ ଏହି ଦୁର୍ଘଟଣାରେ ସମୁଦାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଗାଁରେ ଟ୍ରକ ଏବଂ ଟ୍ରାଭେଲର ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଭଦ୍ରକ ଗେଲପୁର ଛକ ନିକଟରେ ଏକ କାର ଆସି ଟ୍ରକକୁ ପଛରୁ ପିଟିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥି ସହିତ ୬ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.