fbpx

ବଦଳିଯିବ ‘ଓଡ଼ିଶା ହାଇକୋର୍ଟ’ର ନାଁ! ନ୍ୟାୟିକ ବିଭାଗରେ ପରିବର୍ତ୍ତନ ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ଆବେଦନ କରାଯାଇଛି । ନ୍ୟାୟିକ ବିଭାଗରେ ଏହି ନାମକୁ ବଦଳାଇବା ପାଇଁ ଆବେଦନ ହୋଇଛି । ଯାହା ବର୍ତ୍ତମାନ ଗୃହ ବିଭାଗର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ଭଦ୍ରକ ଜିଲ୍ଲାର ଜଣେ ଆଇନଜୀବୀ ଏ ନେଇ ଆବେଦନ କରିଛନ୍ତି । ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟାନ୍ୟ ନ୍ୟାୟିକ ବିଭାଗରେ ପ୍ରଚଳିତ ହେଉଥିବା ନାମକୁ ପରିବର୍ତ୍ତନ କରିବା ପାଇଁ ଭଦ୍ରକର ଆଇନଜୀବୀ କୁଳମଣି ବେହେରା ଆବେଦନ କରିଛନ୍ତି ।

ଓଡ଼ିଶା ହାଇକୋର୍ଟରେ ପ୍ରଚଳିତ ହେଉଥିବା ‘ORISSA’ନାମକୁ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଛନ୍ତି ଭଦ୍ରକ ଜିଲ୍ଲାର କୁଳମଣୀ ବେହେରା ନାମକ ଜଣେ ଆଇନଜୀବୀ । ହାଇକୋର୍ଟ ଏବଂ ଅନ୍ୟ ନ୍ୟାୟିକ ବିଭାଗରେ ପ୍ରଚଳିତ ହେଉଥିବା ‘ORISSA’ କୁ ବଦଳାଇ ‘ODISHA’ ଲେଖିବା ପାଇଁ ଏଥିରେ ଆବେଦନ କରାଯାଇଛି । ଏହାକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଉଥିବା ପ୍ରକାଶ କରିଛନ୍ତି କୁଳମଣୀ । ତେଣୁ ଏହାକୁ ପରିବର୍ତ୍ତନ କରି ‘ORISSA’ ସ୍ଥାନରେ ‘ODISHA’ ଲେଖିବା ପାଇଁ ଆଇନ ବିଭାଗକୁ ସେ ଚିଠି ଲେଖିଥିଲେ । ତେବେ କୁଳମଣୀ ବେହେରାଙ୍କ ଏହି ଚିଠି ଗୃହ ବିଭାଗର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଛି । ତେବେ ଏହି ଆବେଦନକୁ ମଞ୍ଜୁରୀ ମିଳିପାରିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନାମରେ ପରିବର୍ତ୍ତନ ହୋଇପାରେ । ଉଚ୍ଚ ନ୍ୟାୟାଳୟରେ ‘HIGH COURT OF ORISSA’ ସ୍ଥାନରେ ‘HIGH COURT OF ODISHA’ ଲେଖା ହୋଇପାରେ । ଏହାସହିତ ଅନ୍ୟ ନ୍ୟୟିକ ବିଭାଗ ଗୁଡ଼ିକରେ ମଧ୍ୟ ଏହି ଓଡ଼ିଶାର ଇଂରାଜୀ ନାମରେ ସଂଶୋଧନ କରାଯାଇ ନୂଆ ନାମକୁ ପରିବର୍ତ୍ତନ କରାଯାଇପାରେ ।

Get real time updates directly on you device, subscribe now.