fbpx

୪ଟି ରାଜ୍ୟର ରେଜଲ୍ଟ: ୩ଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ଫଳାଫଳ ବେଶ୍ ଗୁରୁତ୍ୱ ରଖୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ଅପଡେଟ୍ ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ବହୁମତ ଠାରୁ ଅଧିକ ଆସନରେ ବିଜେପି ଆଗରେ ରହିଛି । ବିଜେପି ୧୨୪ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୯୦ଟି ଆସନରେ ଆଗୁଆ ରହିଛି । ସେହିପରି ରାଜସ୍ଥାନରେ ବିଜେପି ୯୬ଟି ଆସନରେ ଓ କଂଗ୍ରେସ ୯୪ଟି ଆସନରେ ଆଗରେ ରହିଛି । ଛତିଶଗଡ଼ରେ ବିଜେପି ୩୪ଟିରେ ଓ କଂଗ୍ରେସ ୫୨ଟି ଆସନରେ ଆଗୁଆ ରହିଛି । ତେଲେଙ୍ଗାନାରେ ବିଆରଏସ ୩୮ଟି, କଂଗ୍ରେସ ୫୯ଟି ଓ ବିଜେପି ୧୧ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି ।

ମଧ୍ୟପ୍ରଦେଶର ୨୩୦ଟି ଆସନ, ରାଜସ୍ଥାନର ୨୦୦ଟି ଆସନ, ଛତିଶଗଡ଼ର ୯୦ଟି ଆସନ ଓ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ଆଜି ଫଳାଫଳ ଘୋଷଣା ହେବ । ଆସନ୍ତକାଲି ମିଜୋରାମର ୪୦ଟି ଆସନ ପାଇଁ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । ଯଦି ଏହି ତଥ୍ୟ ସତ୍ୟ ପ୍ରମାଣିତ ହୁଏ ତେବେ କିଛି ରାଜ୍ୟରେ ସରକାର ବଳବତ୍ତର ରହିବ ଓ ଅନ୍ୟ କିଛି ରାଜ୍ୟରେ ସରକାର ବଦଳିବ ।

Get real time updates directly on you device, subscribe now.