fbpx

ଟାଇକୋଣ୍ଡୋ ଚମ୍ପିଆନ ହେଲେ ୬ ବର୍ଷର ଏହି ଷ୍ଟାର କିଡ୍‌, ସୋଶିଆଲ ମିଡ଼ିଆରେ ଫଟୋ ଭାଇରାଲ

କମାଲ ଦେଖାଇଲେ ଛୋଟେ ନୱାବ୍ । ବର୍ତ୍ତମାନ କରୀନା କପୁର ଖାନ୍ ଏବଂ ଶୈଫ୍ ଅଲି ଖାନ୍‌ଙ୍କ ଗେହ୍ଲା ପୁଅ ତୈମୁର ଅଲି ଖାନଙ୍କୁ ନେଇ ଚର୍ଚ୍ଚା । ତୈମୁର ମାତ୍ର ୬ ବର୍ଷ ବୟସରେ ଟାଇକୋଣ୍ଡୋ ଚମ୍ପିଆନ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଖୁସି ଖବର ଶୁଣି କରୀନା ଓ ଶୈଫ୍‌ଙ୍କ ଖୁସି କହିଲେ ନ ସରେ । ତୈମୁରଙ୍କ ଏହି ସଫଳତା ପାଇଁ ସୋଶିଆଲ ମିଡ଼ିଆରେ ସବୁ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

ଡିସେମ୍ବର ୨, ମୁମ୍ବାଇରେ ଆୟୋଜିତ ହୋଇଥିବା ଟାଇକୋଣ୍ଡୋ ବାର୍ଷିକ ପ୍ରତିଯୋଗିତାରେ ତୈମୁର ସହିତ କରଣ ଜୋହରଙ୍କ ପୁଅ ୟଶ ଜୋହର ଏବଂ ଅନେକ ଷ୍ଟାର କିଡ୍ସ ଯୋଗ ଦେଇଥିଲେ । କିନ୍ତୁ ସେ ସମସ୍ତଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ନିଜ ନାଁ କରିଥିଲେ । ତୈମୁରଙ୍କ ସହ ରାନୀ ମୁଖାର୍ଜୀ ଓ କରୀନା କପୁରଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ତୈମୁର ଟାଇକୋଣ୍ଡୋ ପ୍ରତିଯୋଗିତାରେ ହଳଦିଆ ବେଲ୍ଟର ଅଧିକାରୀ ହୋଇଥିଲେ । ଏହା ବ୍ୟତୀତ ତୈମୁରଙ୍କୁ ପ୍ରାୟ କ୍ରିକେଟ, ଫୁଟବଲ, ଚେସ୍ ଖେଳୁଥିବାର ଦେଖାଯାଇଛି । ତେବେ ଆପଣମାନେ ଅନୁମାନ କରିପାରୁଥିବେ ଯେ ଏତେ କମ୍ ବୟସରୁ ତୈମୁର କେତେ ଟାଲେଣ୍ଟେଡ୍ ।

Get real time updates directly on you device, subscribe now.