fbpx

ଦ୍ୱିତୀୟ ଟି-୨୦ରେ ଅଜବ Playing-11 ବାଛିଲେ ସୂର୍ଯ୍ୟକୁମାର: ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଯସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଏଡେନ୍ ମାର୍କରମ । ତେବେ ୩ ଦିନ ଧରି ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଚାଲିଥିବା ଆଲୋଚନାରେ ଲାଗିଛି ବିରାମ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ଅଜବ ପ୍ଲେଇଙ୍ଗ-୧୧ ବାଛିଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଟି-୨୦ର ସୁପରଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦେଇ ସମ୍ପୂର୍ଣ୍ଣ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ଆଜିର ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ପ୍ଲେଇଙ୍ଗ-୧୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କାରଣ ଆଜିର ମ୍ୟାଚରେ ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର ଏବଂ ଇଶାନ୍ କିଶାନଙ୍କୁ ଦଳରେ ସୁଯୋଗ ମିଳିନାହିଁ । ତେବେ ମହମ୍ମଦ ସିରାଜ, ଶୁଭମନ ଗିଲ ଏବଂ କୁଳଦୀପ ଯାଦବ ଟି-୨୦ରେ କମବ୍ୟାକ କରିଥିବା ବେଳେ ରବିନ୍ଦ୍ର ଜାଡେଜା ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଇଶାନ୍ କିଶାନଙ୍କ ସ୍ଥାନରେ ୱିକେଟ କିପର ଭାବରେ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରିଛନ୍ତି ସୂର୍ଯ୍ୟକୁମାର । ତେବେ ଏଭଳି ଏକ ପ୍ଲେଇଙ୍ଗ-୧୧ କେତେ ସଫଳ ହେବ ତାକୁ ନେଇ ଆଲୋଚନା ହେଉଛି । ଟସ୍ ସମୟରେ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି ଯେ, ଋତୁରାଜ ଆଜିର ମ୍ୟାଚ ପାଇଁ ଉପଲବ୍ଧ ନାହାନ୍ତି । କିନ୍ତୁ ଶ୍ରେୟସ ଆୟର ଏବଂ ଇଶାନ୍ କିଶାନଙ୍କୁ ବାଦ୍ ଦେବା ନେଇ କୌଣସି ସୂଚନା ଦେଇ ନାହାନ୍ତି ସୂର୍ଯ୍ୟକୁମାର ।

ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ଅର୍ଶଦୀପ ସିଂହ, କୁଳଦୀପ ଯାଦବ, ମହମ୍ମଦ ସିରାଜ ଏବଂ ମୁକେଶ କୁମାର ।

Get real time updates directly on you device, subscribe now.