fbpx

ଷ୍ଟେଜ ଉପରେ ଗାଉଥିଲେ ଗୀତ, ହଠାତ ହେଲା ହୃଦଘାତ: ଘଟଣାସ୍ଥଳରେ ଟଳିପଡ଼ିଲେ ଏହି ୩୦ ବର୍ଷୀୟ ଗାୟକ

ବ୍ରାଜିଲ: ଗୀତ ଗାଉଥିବା ସମୟରେ ହଠାତ ହୃଦଘାତ ହେବାରୁ ଜଣେ ପ୍ରସିଦ୍ଧ ଗାୟକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣା ଘଟିଛି ବ୍ରାଜିଲରେ । ଲୋକପ୍ରିୟ ବ୍ରାଜିଲୀୟ ଗସ୍ପେଲ ଗାୟକ ପେଡ୍ରୋ ହେନରିକ ଷ୍ଟେଜ ଉପରେ ଗୀତ ଗାଉଥିବା ସମୟରେ ଏପରି ଅଘଟଣ ଘଟିଥିଲା । ସେ ବ୍ରାଜିଲରେ ଆୟୋଜିତ ଏକ ଧାର୍ମିକ ଅନୁଷ୍ଠାନରେ ଗୀତ ଗାଉଥିବା ସମୟରେ ହଠାତ ଏପରି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ପେଡ୍ରୋ ବ୍ରାଜିଲରେ ଆୟୋଜିତ ହୋଇଥିବା ଏକ ଅନୁଷ୍ଠାନରେ ଗୀତ ଗାଇବାକୁ ଯାଇଥିଲେ । ତେବେ ସେଠାରେ ଗୀତ ଗାଇବା ସମୟରେ ସେ ଉପସ୍ଥିତ ଥିବା ଦର୍ଶକମାନଙ୍କ ସହିତ ଇଣ୍ଟରାକ୍ଟ କରୁଥିଲେ । ଏହା ସହିତ ସେ ନିଜେ ମଧ୍ୟ ନିଜ ଗୀତର ତାଳେ ତାଳେ ଝୁମୁଥିଲେ । କିନ୍ତୁ ଭାଗ୍ୟର ଇଚ୍ଛା କିଛି ଅଲଗା ଥିଲା । ପେଡ୍ରୋ ଷ୍ଟେଜ ଧାରରେ ଠିଆ ହୋଇ ଗୀତ ଗାଉଥିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ । ତେବେ ଏ ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେ ପଡ଼ିଯିବା ପରେ ତୁରନ୍ତ ତାଙ୍କୁ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ ଷ୍ଟେଜକୁ ଯିବା ଆଗରୁ ସେ ବହୁତ ଥକି ଯାଇଥିବା ତାଙ୍କ ସାଙ୍ଗମାନଙ୍କୁ କହିଥିବାର ଜଣାପପଡ଼ିଛି । ତେବେ ଗୀତ ଗାଉଥିବା ସମୟରେ ତାଙ୍କର ହୃଦଘାତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ତେବେ ମାତ୍ର ୩ ବର୍ଷ ବୟସରେ ପେଡ୍ରୋ ଗୀତ ଗାଇବା ଆରମ୍ଭ କରିଥିଲେ । ହେଲେ ୨୦୧୫ ମସିହାରେ ସେ ୟୁଟ୍ୟୁବରେ ଗୀତ ଗାଇବା ଆରମ୍ଭ କରିଥିଲେ । ତେବେ ୨୦୨୯ ବସିହା ପର୍ଯ୍ୟନ୍ତ ବ୍ୟାଣ୍ଡ ସହିତ ଗୀତ ଗାଇବା ପରେ ସେ ନିଜର ସୋଲୋ କ୍ୟାରିୟର ଆରମ୍ଭ କରିଥିଲେ । ପେଡ୍ରୋଙ୍କର ଏକ ୩ ବର୍ଷର ଝିଅ ମଧ୍ୟ ଅଛି ।

Get real time updates directly on you device, subscribe now.