fbpx

ନୀରବି ଗଲେ ‘ତୁଝ୍‌ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ପ୍ରସିଦ୍ଧ ଗାୟକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ବାଇ: ବଲିଉଡ୍ ଏଭରଗ୍ରୀନ୍ ଗୀତ ‘ତୁଝ୍‌ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ଗାୟକ ଅନୁପ ଘୋଷାଲଙ୍କ ଉପରେ କିନ୍ତୁ ଜୀବନ ନାରାଜ ହୋଇଯାଇଛି । ୭୭ ବର୍ଷରେ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି । ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ଚାଲିଥିବା ସମୟରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଅନୁପଙ୍କ ବିୟୋଗରେ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି ।

ଗତକାଲି ଦ୍ୱିପ୍ରହର ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅନୁପ ବଲିଉଡ୍‌ର ଜଣେ ଲୋକପ୍ରିୟ ଗାୟକ ଥିଲେ । ହିନ୍ଦୀରେ ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତ ଥିଲା ‘ତୁଝ୍‌ସେ ନାରାଜ ନେହିଁ ଜିନ୍ଦେଗୀ’ । ଏହା ବଲିଉଡ୍‌ର ଏଭରଗ୍ରୀନ୍ ସଙ୍ଗୀତ ମଧ୍ୟରେ ଅନ୍ୟତମ । ଏହା ବ୍ୟତିତ ସେ ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ସଙ୍ଗୀତ ଗାଇଛନ୍ତି । ଅନୁପ କୋଲକତାରେ ଜନ୍ମ ହୋଇଛନ୍ତି । ବଲିଉଡ୍ ବ୍ୟତିତ ସେ ବେଙ୍ଗଲି ଓ ଭୋଜପୁରୀ ସଙ୍ଗୀତ ବି ଗାଇଛନ୍ତି । ସଙ୍ଗୀତ ସହିତ ସେ ରାଜନୀତିରେ ବି ସକ୍ରିୟ ଥିଲେ ଓ ୨୦୧୧ରେ ତାଙ୍କ ପାଇଁ କଂଗ୍ରେସ ବିଜୟ ହାସଲ କରିଥିଲେ । ଏହାପରେ କିନ୍ତୁ ସେ ଆଉ ନିର୍ବାଚନରେ ଭାଗ ନେଇ ନ ଥିଲେ ।

୧୯୪୫ରେ ଅନୁପ ଜନ୍ମଗ୍ରହଣ କରିଥିଲେ । ସେ ନିଜ ମା’ଙ୍କ ଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା କରିଥିଲେ । ସେ କ୍ଲାସିକାଲ ମ୍ୟୁଜିକରେ ମାଷ୍ଟର ଡିଗ୍ରୀ କରିବା ସହିତ ଏଥିରେ ଟପ୍ପର ବି ହୋଇଥିଲେ । ଅନୁପ ସତ୍ୟଜିତ ରାୟଙ୍କ ସହ ଅଧିକ ସମୟ କାମ କରିଛନ୍ତି ।

Get real time updates directly on you device, subscribe now.