CHARIDHAM

ଅନ୍ଧାରରେ ଜଙ୍ଗଲ ଭିତରକୁ ଟେକି ନେଉଥିଲେ ବିଦ୍ୟୁତ କର୍ମଚାରୀ; ପୋଲିସ ପହଞ୍ଚିଗଲା ନେଲା ଏଭଳି ଆକ୍ସନ…

ବୌଦ୍ଧ: ଗତ କିଛିମାସ ହେଲା କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଟ୍ରାନ୍ସଫର୍ମର ଲୁଟିନେଇ ହରଭଙ୍ଗା ବ୍ଲକରେ ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ ଶେଷରେ ପୋଲିସ ହାତରେ ଗିରଫ ହୋଇଛନ୍ତି ।କଥାରେ ଅଛି ସବୁଦିନ ଚୋର ଘର ନଥାଏ ଅନ୍ଧାର ରାତି। ସୂଚନା ପ୍ରକାରେ ହରଭଙ୍ଗା ଅଂଚଳରେ ଗତ କିଛି ଦିନ ହେବ ଲଗାତାର ଭାବେ ୯ ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ଏନେଇ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ଏହା ପଛରେ ନୟାଗଡ଼ ଅଞ୍ଚଳରୁ ଆସି ପୁରୁଣାକଟକରେ କବାଡି ବ୍ୟବସାୟ କରୁଥିବା ଭିକାରୀ ସାହୁ ସମେତ ବିଦ୍ୟତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଙ୍କର ସମ୍ପୃକ୍ତି ଥିବା ଜାଣି ସେମାନଙ୍କୁ ମାଡିବସି ଥିଲା।

ଗିରଫ ବିଦ୍ୟୁତ କର୍ମଚାରୀ ମାନେ ହେଲେ ଗୁଣ୍ଡୁରିବିଡା ଗ୍ରାମର ପ୍ରବୀଣ ପ୍ରଧାନ,ଚାରିଛକର ଜଗନ୍ନାଥ ଜେନା, ବୌଦ୍ଧ ଥାନା ଅଞ୍ଚଳର ପ୍ରବୀଣ ପ୍ରଧାନ ବୋଲି ଜଣାପଡିଛି। ପୋଲିସ ଆଗରେ ସେମାନେ ସୁନାପିଲା ଭଳି ୮ଟି ଟ୍ରାନ୍ସଫର୍ମର ଚୋରୀ କରିଥିବା କଳା କାରନାମା ସ୍ୱୀକାର କରି ସ୍ୱୀକାର କରିଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତ ମାନଙ୍କ ସ୍ୱୀକାରୋକ୍ତି ଆଧାରରେ ଗୋଟିଏ ବାଇକ ଏବଂ ଚୋରିରେ ବ୍ୟବହୃତ ଏକ ବୋଲେରୋ ପିକଅପ ଓ ଗୋଟିଏ ଟ୍ରାନ୍ସଫର୍ମର ଜବତ କରିଛି। ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଟ୍ରାନ୍ସଫର୍ମର ଚୋରୀ ରୋକିବାରେ କେତେଦୂର ସହାୟକ ହେଉଛି ତାହା ଦେଖିବାକୁ ବାକି ରହିଲା।