fbpx

ମଲ୍ଲିକାର୍ଜୁନ ଖଡ଼ଗେ ହେଲେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା; ପ୍ରସ୍ତାବ ଦେଲେ ମମତା, ସମର୍ଥନ କଲେ କେଜ୍ରିଓ୍ଵାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା ଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଜେଡିୟୁରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜୀବ ରଞ୍ଜନ ସିଂହ, ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଶିବସେନା (ୟୁବିଟି)ରୁ ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେ। ଏହି କାର୍ଯ୍ୟକ୍ରମରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ମେହବୁବା ମୁଫ୍ତି, ଅପନା ଦଳ (କେ)ର କ୍ରିଷ୍ଣା ପଟେଲ ଓ ପଲ୍ଲବୀ ପଟେଲ ଏବଂ ଅନ୍ୟ ବହୁ ନେତା ଯୋଗ ଦେଇଥିଲେ।

ଏହା ପୂର୍ବରୁ ବିରୋଧୀ ମେଣ୍ଟ ଭାରତ ୩ଟି ବୈଠକ କରିସାରିଛି। ଜୁନ୍ ୨୩ ରେ ବିହାରର ପାଟନାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ବୈଠକ ଜୁଲାଇ ୧୭ ଓ ୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ତୃତୀୟ ବୈଠକ ସେପ୍ଟେମ୍ବର ୧ ଓ ୩୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା।

 

Get real time updates directly on you device, subscribe now.