fbpx

ସ୍ୱାମୀକୁ କରେଣ୍ଟ ଦେଇ ମାରି ଦେଲା ସ୍ତ୍ରୀ; କଥା ନମାନି କରୁଥିଲେ ଏପରି କାମ

ଆଗ୍ରା: ଆଗ୍ରାରୁ ଆସିଲା ଏକ ଭୟଙ୍କର ଖବର। ସ୍ୱାମୀଙ୍କୁ କରେଣ୍ଟ ଦେଇ ହତ୍ୟା କଲା ସ୍ତ୍ରୀ। ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ମୃତଦେହକୁ ଦୁଇ ଦିନ ଧରି ଘରେ ବନ୍ଦ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ଗନ୍ଧ ଆସିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ମୃତ ବ୍ୟକ୍ତିଙ୍କ ନାମ ନୀରଜ ବୋଲି ସଦର ଥାନା ଅଧିକାରୀଙ୍କ ସୂଚନା।

ନୀରଜ କୁଶୱାହା ତାଙ୍କ ପତ୍ନୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନାଗଲା କଛିଆଁରେ ଏକ ଭଡ଼ା ଘରେ ରହୁଥିଲେ। ସେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ଭେଣ୍ଡର ଭାବେ କାମ କରୁଥିଲେ। ଅଭିଯୁକ୍ତ ମହିଳାଙ୍କ କହିବା ଅନୁଯାୟୀ, ନୀରଜ ମଦ୍ୟପାନ କରି ପ୍ରୀତିଙ୍କୁ ପ୍ରତିଦିନ ହଇରାଣ କରୁଥିଲେ, ଯେଉଁଥିପାଇଁ ସେ ତାଙ୍କ ସ୍ୱାମୀଙ୍କ ଗୋଡ଼ରେ ବିଦ୍ୟୁତ ତାର ବାନ୍ଧି ବିଦ୍ୟୁତ୍ ଆଘାତ ଦେଇଥିଲେ। ବିଦ୍ୟୁତଆଘାତରେ ନୀରଜଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ମୃତଦେହକୁ ଦୁଇ ଦିନ ପର୍ଯ୍ୟନ୍ତ ଏକ କୋଠରୀରେ ବନ୍ଦ ରଖିଥିଲେ।

ସୋମବାର ସକାଳେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ପ୍ରୀତି କୋଠରୀରେ ତାଲା ପକାଇ ଚାବି ଥାନାକୁ ନେଇଥିଲେ, ସେଠାରେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା କହିଥିଲେ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଅଭିଯୁକ୍ତ ପ୍ରୀତି କୁଶୱାହାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହକୁ ଏହି ହତ୍ୟାକାଣ୍ଡର କାରଣ ଦର୍ଶାଇଛି ଅଭିଯୁକ୍ତ।

Get real time updates directly on you device, subscribe now.