fbpx

(Video) ବାହା ହେଉଛନ୍ତି ଅନୁଭବ: ବାହାଘରକୁ ଆସିବାକୁ ସମସ୍ତଙ୍କୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇôଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏହି ମାମଲାରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପୂର୍ବରୁ କଟକ ଫ୍ୟାମିଲି କୋର୍ଟ ଖାରଜ କରିଦେଇଥିଲେ । ଏଥିସହିତ ଦୁହେଁ ଏକାଠି ରହିବାକୁ ନେଇ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏନେଇ ଅନୁଭବ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ତାହାକୁ ବର୍ଷା ଚାଲେଞ୍ଜ କରିଥିବା ବେଳେ ପରେ ପଟିଆଲା ହାଉସ କୋର୍ଟ କଟକ ଫ୍ୟାମିଲି କୋର୍ଟକୁ ମାମଲାକୁ ହସ୍ତାନ୍ତର କରିଥିଲେ । ପାଖାପାଖି ୧ ବର୍ଷ ଧରି ଶୁଣାଣି ଚାଲିବା ପରେ କଟକ ଫ୍ୟାମିଲି କୋର୍ଟ ରାୟ ଶୁଣାଇଥିଲେ ।

ତେବେ ହାଇକୋର୍ଟ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ନେଇ ଅନୁମତି ଦେବା ପରେ ଏବେ ବର୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି । ଏଭଳି ସ୍ଥିତିରେ ବର୍ଷାଙ୍କ ପାଇଁ କ’ଣ ଆଇନଗତ ବିକଳ୍ପ ରହିଛି ତାହା ଉପରେ ଏବେ ଚର୍ଚ୍ଚା ହେଉଛି । ବର୍ଷା ଆଗକୁ ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ଏନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ତାହା ଏବେ ବଡ଼ ପ୍ରଶ୍ନ । ତେବେ ହାଇକୋର୍ଟଙ୍କ ରାୟ ପରେ ଅନୁଭବଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ବର୍ଷା ଯଦି ସୁପ୍ରିମକୋର୍ଟ ଯାଆନ୍ତି ତେବେ ଏହି ମାମଲା ପୁଣି ଲମ୍ବିପାରେ ।

ତେବେ ଏହା ମଧ୍ୟରେ ନିଜର ଦ୍ୱିତୀୟ ବିବାହ ନେଇ ଅନୁଭବ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ପ୍ରଥମ ବିବାହ କଥା ନ ଉଠାଇବାକୁ କହିବା ସହିତ ଦ୍ୱିତୀୟ ମ୍ୟାରେଜ ନେଇ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ଅନୁଭବ । ଭାଇ ଭାବି ବାହାଘରକୁ ସମସ୍ତେ ଆସିବାକୁ ଅନୁଭବ ଆଗୁଆ ନିମନ୍ତ୍ରଣ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ପରେ ଅନୁଭବଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ସେ ଏବେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବାହାଘର ପରେ ପୁଣି ଥରେ ତାଙ୍କ ପରିବାରକୁ ଖୁସି ଫେରି ଆସିବା ନେଇ ଆଶା ବାନ୍ଧିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ।

Get real time updates directly on you device, subscribe now.